jsm

ନୃସିଂହନାଥ ବୈଶାଖ ମେଳା ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ସହ ଧ୍ୱଜା ବନ୍ଧନ ସମ୍ପନ୍ନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ଚତୁର୍ଦ୍ଦଶୀ ତିଥି ଥିବାରୁ ରବିବାର ଭଗବାନ ନୃସିଂହନାଥ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି । ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଥିବାରୁ ରାତ୍ରରେ ମହାପ୍ରଭୁ ନୃସିଂହନାଥଙ୍କୁ ସ୍ନାନ କରାଇ ଅଭିଷେକ କରାଯାଇ ନୂତନ ବସ୍ତ୍ର ଅଳଙ୍କାରରେ ଶୃଙ୍ଗାର ହୋଇ ସୁସିତ ବେଶ କରାଯାଇଥିଲା । ହୋମ ପୂଜାରେ କର୍ତ୍ତା ଭାବରେ ଦେବତ୍ତୋର ସମ୍ବଲପୁର ବିକାଶ ଗୋଏଲ ଏବଂ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇଥିଲେ । ଆଳତି କରାଯିବା ପରେ ମନଭଙ୍ଗ ଗ୍ରାମର ଆଦିକନ୍ଧ ସମାଜ ଦ୍ୱାରା ପୀଠକନ୍ଦା ଭୋଗ ଲାଗି ହେଲା ପରେ ମହାଦୀପ ମଧ୍ୟ ଉଠିଥିଲା ଓ ରାତ୍ର ୧୦ଟା ୩୦ ସମୟରେ ଚୁଡାମଣି ଭୁଏଙ୍କ ଦ୍ୱରା ଧ୍ୱଜାବନ୍ଧନ କରାଯାଇଥିଲା । ୪ ଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ମୁଖ୍ୟ ପଣ୍ତିତ ଡିଗ୍ରୀଧର ଦେବତା, ରଙ୍କମଣି ଦେବତା, ସିଦ୍ଧେଶ୍ୱର ସାବତଙ୍କ ସମେତ ୧୨ଜଣ ଦକ୍ଷ ପଣ୍ତିତଙ୍କ ଦ୍ୱାରା ନୀତି ନିଷ୍ଠାର ସହିତ ପୂଜାର୍ଚ୍ଚନା କରାଯାଇଛି । ରବିବାର ୩୨୮୦୦ ଜପ କରିଥିବା ବେଳେ ମୋଟ ୧ ଲକ୍ଷ ୧୯ ହଜାର ୪ ଶହ ନୃସିଂହ ବିଜେମନ୍ତ୍ର ଜପ କରାଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ମାର୍ଜାର କେଶରୀ ମଣ୍ଡପରେ ମହାସମୁଦ ସାଂସଦ ରୁପକୁମାରୀ ଚୌଧୁରୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବରଗଡ ଧନୁଯାତ୍ରା କମିଟିର ଆବାହକ ସୁରେଶ୍ୱର ଶତପଥୀ, ପଦ୍ମପୁର ଏଡିଏମ୍‌ କୁନାଲ ମୋତିରାମ ଚଭନ, ପାଇକମାଲ ବିଡିଓ ତଥା ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ଏବିଡିଓ ଦେବାଶିଷ ସିହ୍ନା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମେଳା କମିଟି ସଦସ୍ୟ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭାକୁ ପରିଚାଳନା କରିଥିଲେ । ବିନ୍ଧ୍ୟବାସିନୀ ମଣ୍ଡପରେ ମୂଷିକଦୈତ୍ୟ ଦରବାର ପରେ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦ୍ମପୁର ନୁନିନୁ ଭୁଆସନ, ବଲାଙ୍ଗିର ବଜାସାଲର ଘୁଡୁକା ନୃତ୍ୟ, କଟକ ମା’ ବୈଶାଳି ଅନୁଷ୍ଠାନର ଘୋଡାନୃତ୍ୟ, ବୋଧନ ସାଂସ୍କୃତିକ ଅନୁଷ୍ଠାନର ସମ୍ବଲପୁରୀ ଲୋକ ନୃତ୍ୟ, କେଜିଏମ୍‌ଏନ୍‌ ପାଇକମାଲର ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ସେହିପରି ମାର୍ଜାର କେଶରୀ ମଣ୍ଡପରେ ଟେମରୀ ହାଇସ୍କୁଲର ବାଳିକା ଗୃପର ପାଲା, ବଳରାମ ଭୋଇଙ୍କ ସଙ୍କିତ୍‌ର୍ତ୍ତନ ବୈଠକି କାଂସଡା, ରତରଣୀ ମହାପାତ୍ର ସାନଦାଦର ଗୃପ କଳାକାର ମାନଙ୍କ ଦ୍ୱାରା ଭଜନ ସଂଧ୍ୟା ଓ ପ୍ରବକ୍ତା ପରିଷଦ କଟକର ରାମଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମେଳା କମିଟି ସଦସ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସେବାକ୍ଷେତ୍ରରୁ ଡା. ଶଙ୍କର ରାମ ଚନ୍ଦାନୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.