
ରାଇରଙ୍ଗପୁର : ରାଇରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୧୦.୧୫ରେ ଦାଣ୍ଡ ବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୦.୨୫ରେ ଦାଣ୍ଡବୋଷ ଗାଁରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ବାଇ ରୋଡ ପଣ୍ଡିତ ରଘୁନାଥ ମୂର୍ମୂଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ୧୦.୪୫ରେ ଦାଣ୍ଡବୋଷ ସ୍ଥିତ ସମାଧି ସ୍ଥଳରୁ ବାହାରି ମହୁଲଡିହା ସ୍ଥିତ ପଡ଼ିଆରେ ହେବାକୁ ଥିବା ଓଲଚିକି ଲିପିର ଶତ ବାର୍ଷିକୀ ସମାରୋହ ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୂଙ୍କ ୧୨୦ତମ ଜନ୍ମ ବାର୍ଷିକ ଉତ୍ସବରେ ଯୋଗଦେବା ସହିତ ଜନସଭାକୁ ସମ୍ବୋଧିତ କରିବେ । ୧.୨୦ରେ ଶୋଭାସ୍ଥଳରୁ ବାହାରି ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାକୁ ଯିବେ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ମହଲର ବ୍ୟକ୍ତି ବିଶେଷ, ଦଳୀୟ ନେତାଙ୍କୁ ସାକ୍ଷାତର କାର୍ଯ୍ୟକ୍ରମ ରହିଛି ।