centurian jitm

କାଳିଆବାଲି ଠାରେ ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଆଇ.ଆର୍.ଇ. ଛକ କାଳିଆବାଲିଠାରେ ଅବସ୍ଥାପିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ତରଫରୁ ମଠ ପରିସରରେ ଶନିବାର ଶ୍ରୀନୃସିଂହ ସ୍ୱାମୀ ଙ୍କ ଚତୁର୍ଦ୍ଦଶୀ ଯାତ୍ରାରମ୍ଭ ହୋଇ ରବିବାର ମଧ୍ୟ ରାତ୍ରି ମଧ୍ୟରେ ଶ୍ରୀ ହରିଙ୍କ ନାମଯଜ୍ଞ, ଅନ୍ନ-ଯଜ୍ଞ, ଘୃତଯଜ୍ଞ ମଧ୍ୟରେ ସମାହିତ ହୋଇଯାଇଛି । ପ୍ରଥମ ଦିବସରେ ଅଧିବାସ ଆରମ୍ଭ ହୋଇଥିବା ବେଳେ ଶ୍ରୀନୃସିଂହ ଠାକୁରଙ୍କ ଅଗ୍ନି ମଶାଲ ମାଧ୍ୟମରେ କୋହଲା ଯାତ୍ରା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହୋଇଥିଲା । ଶନିବାର ସନ୍ଧ୍ୟାରେ ଆୟୋଜିତ ଠାକୁରଙ୍କ କୋହଲା ଜାଳି ଶୋଭାଯାତ୍ରା ବାହାରି ନଗର ପରିଭ୍ରମଣ ହୋଇଥିଲା । ସ୍ଥାନୀୟ ବାସୀ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ଵାମୀଙ୍କ ଭକ୍ତି ଭାବାବେଗରେ ଆବଦ୍ଧ ହୋଇ ଶ୍ରୀହରିଙ୍କ ନାମ ସଂକୀର୍ତ୍ତନ ମାଧ୍ୟମରେ ଭକ୍ତ ଉଚ୍ଚାରଣ କରି ଉକ୍ତ ସ୍ଥାନରେ ନିଆରା ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇ ସ୍ଥାନଟି ଚଳଚଞ୍ଚଳ ହୋଇ ଉଠିଥିଲା । ରବିବାର ସକାଳୁ ଉକ୍ତ ସ୍ଥାନରେ ଘୃତଯଜ୍ଞ ଦିନ ତମାମ ଧରି ଚାଲିଥିଲା ଏବଂ ଭକ୍ତି ରସାତ୍ମକ ଭଜନ ଜଣାଣ ଆଦି ପରିବେଷିତ ହୋଇଥିଲା । ଅଗଣିତ ଭକ୍ତମାନଙ୍କ ଗହଳ ଚହଳରେ ଠାକୁରଙ୍କ ମହୋତ୍ସବ ଉକ୍ତ ମଠ ପରିସରରେ ଭକ୍ତଙ୍କ ଆଧ୍ୟାତ୍ମିକ ଭକ୍ତିମୟ ଗହଳ ଚହଳରେ ପ୍ରକମ୍ପିତ ହୋଇଉଠିଥିଲା । ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

Leave A Reply

Your email address will not be published.