centurian jitm

ସୂଚନା ଅଧିକାର ଆଇନ ଅଭିଯାନର କର୍ମୀ ସମ୍ମିଳନୀ ଓ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କାକଟପୁର ଠାରେ ସୂଚନା ଅଧିକାର ଆଇନ ଅଭିଯାନର ଏକ କର୍ମୀ ସମ୍ମିଳନୀ ତଥା ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ,ରାଜ୍ୟ ସଂଯୋଜକ ସୁଧୀର ମହାନ୍ତି , ପୁରୀ ଜିଲ୍ଲା ଆବାହକ ଦିବାକର ନାୟକ, ବରିଷ୍ଠ କର୍ମୀ ପୂର୍ଣଚନ୍ଦ୍ର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଆରମ୍ଭ କରିଥିଲେ । ସାରା ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାଧାରଣ ନିରୀହ ଗରିବ ଲୋକ ମାନେ ଦୁର୍ନୀତିରେ ଶିକାର ହେବାର ଦେଖି ଯୁବ କର୍ମୀ ବା କାକଟପୁର ସୂଚନା ଅଧିକାର କର୍ମୀ ଆବାହକ ରୂପେଶ ସାହୁ ତାଙ୍କର ଯୁବ କର୍ମୀ ଚିନ୍ମୟ ପୋଲେଇ ସହିତ ଜିଲ୍ଲାର ନୂତନ ଯୁବକ ମାନଙ୍କୁ ନେଇ ଏହି କର୍ମୀ ସମ୍ମିଳନୀ ବା ତାଲିମି ଶିବିର ପରେ ପୁରୀ ଜିଲ୍ଲାର ପୁରୀ ଜିଲ୍ଲାର କର୍ମୀ ମାନଙ୍କୁ ନେଇ କାକଟପୁରରେ ଏକ ଓଡିଶା ସୂଚନା ଅଧିକାର ଆଇନ ଅଭିଯାନ କର୍ମୀ ସମାବେଶ ବା ତାଲିମି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ତୁଷାର ବଳିୟାରସିଂହ, ଚିତ୍ତରଞ୍ଜନ ସେଠୀ, ବିଜୟ କୁମାର ବେହେରା, ବସନ୍ତ କୁମାର ମଲ୍ଲ ଚିନ୍ମୟ ପୋଲେଇ, କରୁଣାକର ସେନାପତି, ସମେନ୍ଦ୍ର ଦିକ୍ଷୀତି, ବିକାଶ ଚନ୍ଦ୍ର ରାୟ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଯୋଗଦେଇଥିଲେ । ନୂତନ ଭାବେ ଯୋଗଦେଇଥିବା ଯୁବ କର୍ମୀ ମାନଙ୍କୁ ଓଷାର ଆବାହକ ଶ୍ରୀ ପ୍ରଧାନ ସୂଚନା ଅଧିକାର ଆଇନ ବିଷୟରେ କିଭଳି ଭାବେ କାର୍ଯ୍ୟ କରିବେ ବୁଝାଇ କହିଥିଲେ ।

Leave A Reply

Your email address will not be published.