
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ ) ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମିନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ମହାବୀର ରାମନାଟ୍ୟ ଶିଶୁ କଳା ପରିଷଦ ପକ୍ଷରୁ ସୀତା ନବମୀଠାରୁ ସପ୍ତାହ ବ୍ୟାପୀଯଜ୍ଞ ଓ ରାମନାଟକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ପରିଷଦର ଶିଶୁ ଓ କିଶୋର କଳାକାରମାନଙ୍କୁ ନେଇ ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଉପରେ ଆଧାରିତ ରାମ ନାଟକ ସୀତା ବିବାହ, ଶ୍ରୀରାମ ବନବାସ, ସୀତାଚୋରୀ, ମହାପ୍ରତାପୀ ବାଳିବଦ୍ଧ, ହନୁମାନର ଜୟଯାତ୍ରା ଓ ସ୍ୱର୍ଣ୍ଣମୟୀ ଲଙ୍କାପୋଡି ଆଦି ନାଟକ ଅତି ନିଖୁଣ କଳା ଅଭିନୟ ମାଧ୍ୟମରେ ଚିତାକର୍ଷକ ଓ ମନୋରଞ୍ଜନ ପ୍ରଦର୍ଶନ ପୂର୍ବକ ହଜାର ହଜାର ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳାର ସହ ବାନ୍ଧି ରଖିବାରେ ପ୍ରାୟସ ଦେଖିବାକୁ ମିଳିଥିଲା । ରବିବାର ପୂର୍ଣ୍ଣାହୁତି ସହ ଏହି ମହାନ ଆଧ୍ୟାତ୍ମିକ କାର୍ଯକ୍ରମ ସମାପନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।