csstore

ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ଅଜିତ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାସିନ୍ଦା ବରିଷ୍ଠ ସାମାଜସେବୀ ଅଜିତ ଯୋଶୀ ଶୁକ୍ରବାର ଭୂବନେଶ୍ୱର ଠାରେ ଓଡ଼ିଶାର ଏକ ଟେଲିଭିଜନ ଚ୍ୟାନେଲର ବାର୍ଷିକ ଉତ୍ସବରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ କଳିଙ୍ଗ ଗୌରବ ସମ୍ମାନରେ ସେ ସମ୍ମାନୀତ ହୋଇଛନ୍ତି । ସେ ସବୁ ବେଳେ ଅସହାୟ ପାଇଁ ସାହାରା ହୋଇଥାନ୍ତି । ବର୍ତ୍ତମାନ ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇ ଲୋକଙ୍କ ଦରଦୀ ବନ୍ଧୁ ଭାବେ ଅଞ୍ଚଳରେ ବେଶ ପରିଚିତ ଅଜିତ । ଅନାଥ ପିଲାମାନଙ୍କୁ ସେ ସବୁ ବେଳେ ସହାୟତ ହାତ ବଢ଼ାଇ ପାଠ ପଢି ବଡ ମଣିଷ ହେବାରେ ସେ ରାସ୍ତା ଦେଖାଇଥାନ୍ତି । କୌଣସି ଲୋକ ଅସୁବିଧାରେ ଥିବା ଖବର ପାଇବା ମାତ୍ରେ ତୁରନ୍ତ ସହାୟତ ହାତ ବଢାନ୍ତି ଅଜିତ । ସେଥିପାଇଁ ଅଜିତ ରାଜ୍ୟତଥା ରାଜ୍ୟ ବାହାରେ ଅନେକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି । ପୁଣି ଥରେ ଓଡ଼ିଶାର ବାଚସ୍ପତିଙ୍କଠାରୁ ଅଜିତ କଳିଙ୍ଗ ଗୈରବ ସମ୍ମାନରେ ସମ୍ବର୍ଦ୍ଧିତ ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.