centurian jitm

ଲେବଡା ପଞ୍ଚାୟତ ସଦର ମହକୁମାରେ ଦୁଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ନବନିର୍ମିତ ମାଁ ପାଟଣେଶ୍ୱରୀ ଓ କାଳିକା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗାଁର ସମସ୍ତ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ୟ ସହ ଗାଁରେ ଥିବା ଶିବମନ୍ଦିର ବନ୍ଧରୁ ପାଣି ଆଣି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ଛନ୍ଦା ଚରଣ ମିଶ୍ର ଜଳ ଯଜ୍ଞ ଆରମ୍ଭ କରି ମଣ୍ଡପରେ ସ୍ଥାପନ କରିଥିଲେ । ମାଁ ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ କର୍ତ୍ତା ରୂପେ ଇନ୍ଦ୍ରମଣି ମାଝୀ ଓ ତାଙ୍କ ପତ୍ନୀ ଶକୁନ୍ତଳା ମାଝୀ ରହିଥିବା ବେଳେ କାଳିକା ମନ୍ଦିରରେ ମୁଖ୍ୟ କର୍ତ୍ତା ଭାବେ ଫକୀର ଲୁହା ଓ ତାଙ୍କ ସ୍ତ୍ରୀ ମାଧବୀ ଲୁହା ରହିଛନ୍ତି । ମଙ୍ଗଳବାର ଦିନ ଅଙ୍କୁରାରୋପଣ ମଣ୍ଡଳୀ କରଣ, ବୁଧବାର କଳସ ଯାତ୍ରା ବନଯୋଗ, ଗୁରୁବାର ପଞ୍ଚକୁଣ୍ଡିୟ ଯଜ୍ଞାରମ୍ଭ ଓ ସନ୍ଧ୍ୟାରେ ଜପଙ୍କର ଗର୍ଭଧାନ କର୍ମ, ଶୁକ୍ରବାର ଦିନ ମନ୍ଦିର ମହାସ୍ନାନ ଓ ଜୀବନ୍ୟାସ ରହିଥିବା ବେଳେ ଶେଷ ଦିନରେ ପୂର୍ଣ୍ଣାହୁତି ପର୍ବ ରହିଛି । ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଅଞ୍ଚଳରେ ମନ୍ଦିର ପ୍ରତିଷ୍ଠା ହେବାରୁ ବହୁତ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଛି । ଆୟୋଜକ କମିଟି ସଭାପତି ଡମ୍ବରୁଧର ମାଝୀ, ସମ୍ପାଦକ ହେମସାଗର ସାହୁ, କୋଷାଧ୍ୟକ୍ଷ ରୂପେ ନବକିଶୋର ହାତୀ ଦାୟିତ୍ୱ ନେଇଥିବା ବେଳେ ଲେବଡା ତଥା ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।

Leave A Reply

Your email address will not be published.