oom

ସୁନ୍ଦରଗଡ଼ ଠାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

jsmm

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ସଦଭାବନା ଭବନ ଠାରେ ସମାଜସେବୀ ସାର ଜନ ହେନେରି ଦୁରାଣ୍ଟଙ୍କ ଜନ୍ମ ବାର୍ଷିକୀ ପାଳନ ସହ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଗୁରୁ ପ୍ରସାଦ ମହନ୍ତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ମହାଜନ ସାର ଜନ ହେନେର, ଦୁରାଣ୍ଟଙ୍କ ଜୀବନୀ ତଥା ତାଙ୍କର ସମାଜସେବା ଉପରେ ଆଲୋକପାତ କରିଥିଲେ । ସେହିଭଳି ରେଡକ୍ରସର ଭୂମିକା ଉପରେ ଆଲୋଚନା କରିଥିଲେ ଏବଂ ରେଡକ୍ରସ ଆହୁରି ଅଧିକ ସକ୍ରିୟ କରିବା ସହିତ ଅଧିକରୁ ଅଧିକ କିଭଳି ଭାବେ ଅର୍ଥ ସଂଗ୍ରହ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିୟମିତ ଅର୍ଥ ଦାତାମାନଙ୍କୁ ସମ୍ବର୍ଦ୍ଧନା କରାଯିବା ଉପରେ ମଧ୍ୟ କହିଥିଲେ । ସେହିଭଳି ଅତିଥିମାନେ ସାର୍ ଜନ ହେନେରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ରେଡକ୍ରସର ଭୂମିକା ଉପରେ ଆଲୋଚନା କରିଥିଲେ । କୌଣସି ପ୍ରାକୃତିକ ଦୁର୍ବିପାକ ହେଉ, ରୋଗ କିମ୍ବା ଦୁର୍ଘଟଣା ହେଉ ରେଡକ୍ରସରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । ତେଣୁ ଅର୍ଥ ସଂଗ୍ରହର ଆବଶ୍ୟକତାକୁ ଉପରେ ଗୁରୁତ୍ଵାରୋପ କରିଥିଲେ । ରେଡକ୍ରସ ନିମନ୍ତେ ଅର୍ଥ ସଂଗ୍ରହରେ ସମଗ୍ର ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲାକୁ ସର୍ବାଗ୍ରେ କରିବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ରେଡକ୍ରସର ଆଜୀବନ ସଭ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଆହୁରି ଅଧିକ ଆଜୀବନ ସଦସ୍ୟ ବଢେଇବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ବୈଠକରେ ଆଜୀବନ ସଦସ୍ୟ ମାନେ ନିଜ ନିଜ ଅଭିଜ୍ଞତା ବାଣ୍ଟି ଥିଲେ ଏବଂ ଜିଲ୍ଲାରେ ରେଡକ୍ରସ ଦ୍ଵାରା ଆହୁରି ଅଧିକ କାର୍ଯ୍ୟକ୍ରମ ହାତ କୁ ନିଆଯିବ ତାହା ଉପରେ ଆଲୋଚନା କରିଥିଲେ । ଆଜି ପ୍ରାୟ ୧୧୨ ଜଣ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଥିଲେ । ଆଜିର କାର୍ଯ୍ୟକ୍ରମରେ ଅଜିତ ପ୍ରସାଦ, ଡ଼ା ଲବଣୀଧର ଦାନୀ, ପ୍ରଦୀପ ସାହୁ, ଦିଲ୍ଲୀପ ପଣ୍ଡା, ବୈକୁଣ୍ଠ ବଞ୍ଛୋର୍, ଭୀଷ୍ମ ଦେବ ତାଣ୍ଡିଆ, କର୍ଣ୍ଣ କୁମାର ନାଏକ, ଦ୍ଵିତୀୟ ଗର୍ଡିଆ, ସୁରେଶ ପଟେଲ, ଯୁଧିଷ୍ଠିର ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲା ରେଡକ୍ରସକୁ କିଭଳି ଆହୁରି ଆଗକୁ ନିଆଯିବ ତାହା ଉପରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.