centurian jitm

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧୀ ସଫେଇ ଅଭିଯାନ

  • ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀଙ୍କୁ ମାରଣାସ୍ତ୍ର ସହ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ୟାକାଣ୍ଡ ହତ୍ୟା ଉଦ୍ୟମ ସାଙ୍ଗକୁ ଡକାୟତ, ଚୋରି, ଲୁଟ ରାହାଜାନୀ ଭଳି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏନେଇ ଗଞ୍ଜାମ ଜିଲ୍ଲାବାସୀଙ୍କ ଅସନ୍ତୋଷର କାରଣ ହୋଇ ସାଧାରଣରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇ ଆସିଥିଲା । ଏହା ଯେ ପୋଲିସ ଖୋଳତାଡ ଆରମ୍ଭ କରିଥିବା ବେଳେ ପୋଲିସ ର ନିଦ ହଜାଇ ଦେଇଥିଲା । ଯାହା ଫଳରେ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜିବୀଙ୍କ ବାରମ୍ବାର ଅଙ୍ଗୁଳି ଉଠିବା ପରେ ଅପରାଧ ସଫେଇ ଅଭିଯାନ ଆରମ୍ଭ କରିବା ଆରମ୍ଭ କରିଥିଲା ଗଞ୍ଜାମ ପୋଲିସ । ଦୀର୍ଘ ଏକ ସପ୍ତାହ ବ୍ୟାପୀ ଜୋର୍ ସୋର୍ ପୋଲିସର ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଜଣାଯାଇଛି । ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖରଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମକୁ ନେଇ ସ୍ପେଶାଲ ଡ୍ରାଇଭ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଛାପା ମାରି ୧୮ଜଣ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଧରିବାରେ ସଫଳ ହୋଇଛି । ଗଞ୍ଜାମ ଜିଲ୍ଲାର ଶେରଗଡ, ଚମାଖଣ୍ଡି, ପୋଲସରା, କୋଟିପତି, ଆସିକା ଓ ଭଞ୍ଜନଗର ଭଳି ୬ ଟି ସ୍ଥାନରେ ବଡ଼ ଧରଣର ଚଢାଉ କରି ୧୮ ଜଣ ଅଭିଯୁକ୍ତଙ୍କଠାରୁ ୧୭ ଟି ବନ୍ଧୁକ ୬୦ରୁ ଅଧିକ ଅଫୁଟା ଗୁଳି ସାଙ୍ଗକୁ ଭିଭିନ୍ନ ମାରଣାସ୍ତ୍ରକୁ ଜବତ କରିଛି, ଗଞ୍ଜାମ ପୋଲିସ । ଏହି ଅଭିଯୁକ୍ତ ମାନେ ଚୋରା ବନ୍ଧୁକ ଆଣି ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସର ଏହି ଅଭିଯାନ ଆଗକୁ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.