oom

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ବିଜାଖମନ ଠାରେ ସଭାପତି ଅକ୍ଷୟ କୁମାର ରଣାଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜରେ ସମସ୍ତ ପରିବାରର ପୁଅ ଝିଅ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ସଚେତନତା କରାଯାଇଥିଲା । ଏହାକୁ ପ୍ରୋତ୍ସାହନ ଦେବା ପାଇଁ ମାଟ୍ରିକ ତଥା ଦ୍ୱାଦଶ ଶ୍ରେଣୀରେ ୮୦% ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସମାଜକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଗ୍ରାମ୍ୟ କମିଟି ଗଠନ ଉପରେ ମତାମତ ଗ୍ରହଣ ତଥା ପାରିତ କରାଯାଇଥିଲା । ୫ ବର୍ଷ କାର୍ଯ୍ୟ କାଳ ଶେଷ କରିଥିବା ବିଭିନ୍ନ ବ୍ଲକ କମିଟିର ସାଂଗଠାନିକ ସଭା କରିବା ପାଇଁ ଉପଖଣ୍ଡ ସଭାପତିମାନଙ୍କୁ କ୍ଷମତା ପ୍ରାପ୍ତ କରାଯାଇଥିଲା । ବାଲ୍ୟ ବିବାହକୁ ରୋକିବା ପାଇଁ ସମାଜ ଦ୍ୱାରା ବିବାହ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲା ସଭାପତି ଗୁରୁତ୍ୱ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଅନିଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନାଦି ରଣା, ବରୁଣ ରଣା, ସତ୍ୟନାରାୟଣ ରଣା, କୃଷ୍ଣଚନ୍ଦ୍ର ରଣା, ନୃପରାଜ ରଣା, ପ୍ରମୋଦ ରଣା, ଚକ୍ରପାଣି ରଣା, ଅରୁଣ ରଣା, ଶଶୀଭୂଷଣ ରଣା, ଭିକାରୀ ଚନ୍ଦ୍ର ରଣା, ଟଙ୍କଧର ରଣା, ରବିନ୍ଦ୍ର ରଣା, ବୀର ପାର୍ଥ ରଣା, ଚପରାଶି ରଣା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.