
ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ପଂଚାୟତ ସ୍ଥିତ ଖପରାଡୁଙ୍ଗୁରି ଗୁମ୍ପାକୁ ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁ ନାହିଁ । ଯାହା ଫଳରେ ଏହି ଗୁମ୍ପା ଅବହେଳିତ ଅବସ୍ଥାରେ ରହିଛି । ଏହି ଗୁମ୍ପାରେ ପ୍ରତ୍ୟେକ ବର୍ଷ ଗିରିଗୋବର୍ଦ୍ଧନ ପୂଜା, ରଥଯାତ୍ରା, ଶୀତଳ ଷଷ୍ଠୀ ଭଳି ଅନେକ ପୂଜା ମଧ୍ୟ ହୋଇଥାଏ । କିନ୍ତୁ ପକ୍କାରାସ୍ତା, ବିଜୁଳି ସଂଯୋଗ ହୋଇ ନ ଥିବା ବେଳେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏହି ଗୁମ୍ଫାକୁ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ବିମଳ ଶର୍ମା, ଧୁମାଭଟା ସରପଞ୍ଚ ବନମାଳି ନାଏକ, ମହେନ୍ଦ୍ର ଅମାତ, ସିପୁନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।