ଟୋକନ ବ୍ୟବସ୍ଥା ପ୍ରତି ବୃ‌ଦ୍ଧି ପାଉଛି ଚାଷୀ ଅସନ୍ତୋଷ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ପୁଆ ପ୍ରାଥମିକ କୃଷି ସମବାୟ ସମିତ ଠାରେ ୫୦୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୩୧୮ ଜଣ ବିକ୍ରୟ କରିପାରିଛନ୍ତି । ପାଖାପାଖି ୨୦୦ ରୁ ୨୫୦ ଜଣ ଟୁକନ ପାଇନଥିବା ଅଭିଯୋଗ ହୋଇଛି । ଚାଷୀ ଧାନ ବିକ୍ରି ନକରି ପାରିବାରୁ ସାହୁ, ସାହୁକାର ଓ ସରକାରଙ୍କ ଋଣ ପୈଠ କରିବେ କେମିତି ସେ ଚିନ୍ତାରେ ଚାଷୀ । ବିଶେଷ କରି କ୍ଷୁଦ୍ର ଚାଷୀ ଗୁଡ଼ିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେ ଜଣଙ୍କ ଘରରେ ଧାନ ରଖିବାର ସୁବିଧା ନ ଥିବା ହେତୁ ଧାନ ଖଳାରେ ରଖି ରାତ୍ରିରେ ଶୀତ କାକରରେ ଜଗି ରହିଛନ୍ତି । ତେଣୁ ସରକାରଙ୍କ ଟୋକନ ବ୍ୟବସ୍ଥା ପ୍ରତି ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ଚାଷୀ ।

Leave A Reply

Your email address will not be published.