centurian jitm

ଜେନିଥ ଲିଓରେ ଗ୍ରୀଷ୍ମକାଳୀନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରର ସମସ୍ତ ଶିଶୁଙ୍କ ପାଇଁ ଜେନିଥ୍ ଲିଓ ତରଫରୁ ଏକ ବିଶାଳ ଗ୍ରୀଷ୍ମ କାଳୀନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ଶ୍ରେଣୀ ୫ ପର୍ଯ୍ୟନ୍ତର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ଶିବିରର ପ୍ରଥମ ଦିନରେ ଶିଶୁମାନେ ଜାମକେର ସ୍ଥିତ ଫଳ ଉଦ୍ୟାନକୁ ଯାଇଥିଲେ । ଶିଶୁ ମାନଙ୍କୁ ଅନେକ ଫଳ ଓ ସବୁଜ ଉଦ୍ୟାନ ଦେଖିବାର ସୁଯୋଗ ମିଳିଲା । ଶିଶୁମାନେ ଆଜିର ଉଦ୍ୟାନ ଦିନକୁ ଶିକ୍ଷା ଓ ଆନନ୍ଦର ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ପିଲାଙ୍କ ଶିକ୍ଷା ଓ ମନୋବିକାଶ ପାଇଁ ଏହି ଅନନ୍ୟ ପଦକ୍ଷେପ ଉପରେ ପଦମପୁର ଅଭିଭାବକମାନେ ଓ ସ୍ଥାନୀୟ ଲୋକମାନେ ବେଶ ଆଗ୍ରହ ଦେଖାଇଛନ୍ତି ।

Leave A Reply

Your email address will not be published.