csstore

ଜାତୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ବଲାଙ୍ଗିର ପୁଅ ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜାତୀୟ ସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ଗଜମଣି ବାଗଙ୍କ ସଭାପତତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ବଲାଙ୍ଗିର ମାଟିର ପୁଅ ପ୍ରିୟବ୍ରତ ନାଗ ଓଡ଼ିଶା ଦଳ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜୁନିଅର ବର୍ଗରେ ଓଡ଼ିଶା ଦଳ ବିଜୟୀ ହୋଇଥିବାରୁ ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନବିନ କୁଅଁର, ସାମ୍ବାଦିକ ଗୋପାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସ଼ହ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ପ୍ରିୟବ୍ରତ ନାଗଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇ ତାଙ୍କୁ ସମସ୍ତେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

jayashree
Leave A Reply

Your email address will not be published.