csstore

ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ନେତୃତ୍ୱରେ ପ୍ରାୟ ୭ଶହ ଶ୍ରମିକ ଏକ ହୋଇ ଶୋଭାଯାତ୍ରା କରିଥିଲେ । ବଲାଙ୍ଗିର କଳାମଣ୍ଡଳରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଭାଗରଥି ଛକ, ବିକ୍ରମ ଛକ, ସମଲେଶ୍ୱରୀ ମନ୍ଦିର ଛକ ଦେଇ କଳାମଣ୍ଡଳ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା । ପରେ କଳାମଣ୍ଡଳ ଠାରେ ସଂଘ ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ପୌରାଧ୍ୟକ୍ଷା ଲିକା ସାହୁ, ସମାଜସେବୀ ଦିଗାମ୍ବର ନାଏକ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସାରଥି ପ୍ରଧାନ, ସଂପାଦକ ହରେକୃଷ୍ଣ ମହାନନ୍ଦ, କୋଷାଧ୍ୟକ୍ଷ ହରିବନ୍ଧୁ ଧରୁଆ, ମୁରଲି ମହାକୁର, ସୁରେଶ ମହାକୁର, କୃପା ମହାକୁର, ବିଜୟ ମହାନନ୍ଦ, ଅନିଲ ରଣା, ପ୍ରଶନ୍ନ ରଣା, ଅଭିମନ୍ୟୁ ନନ୍ଦ, ବାସୁ ପରିଡା, ଦେବଶଙ୍କର ବାଗ, ଦୁର୍ଯୋଧନ ବଗର୍ତ୍ତି, ସତ୍ୟ ବାଗର୍ତ୍ତି, ଗଜିନ ବଗର୍ତ୍ତି ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ତଥା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.