jsm

କୋଶଲି ସର୍ଟ ଫିଲ୍ମ ” କୋକୁଆ ” କୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଦିଲ୍ଲୀଠାରେ ଅନୁଷ୍ଠିତ ୧୫ ତମ ଦାଦା ସାହେବ ଫାଲକେ ଚଳଚ୍ଚିତ୍ର ଉତ୍ସବ ୨୦୨୫ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ ” କୋକୁଆ ” ପ୍ରଯୋଜକ ସମୀର ରଞ୍ଜନ ରଣାଙ୍କ କାହାଣୀ ଓ ଚିତ୍ର ନାଟ୍ୟକୁ ନିର୍ଦ୍ଦେଶନା, ସମ୍ପାଦନା ତଥା ଯୁଗ୍ନ ପ୍ରଯୋଜନା କରିଛନ୍ତି ଯୁବ ନିର୍ଦ୍ଦେଶକ ସୋମ୍ୟରଞ୍ଜନ ରଣା. ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ର ଅଭିନୀତ ଏହି ଚଳଚିତ୍ରରେ କୃଷ୍ଣଚନ୍ଦ୍ର ସେନ୍ଦରିଆ ଓ ସାଇ ଚରଣଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ନିଜେ ଏ.ସାଇ ଚରଣ, କ୍ୟାମେରା ପରିଚାଳନା କରିଛନ୍ତି ସଂଗ୍ରାମ ମହାପାତ୍ର ସେହିପରି ସଂଳାପ ପରିଚାଳନାରେ ଦୟା ସାଗର ଧରୁଆ, ଗତକାଲି ନୂଆଦିଲ୍ଲୀରେ ଏକ ବୋର୍ଣ୍ଣାଢ ଉତ୍ସବରେ ଏହାକୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ବିଭାଗରେ ପୁରସ୍କୃତ କରାଯାଇଛି । ସୂଚନା ଯୋଗ୍ୟ ଯେ ପଶ୍ଚିମ ଓଡିଶାର ବରିଷ୍ଠ କଣ୍ଠଶିଳ୍ପୀ ମୁରଲି ଧାରି ପତିଙ୍କ କଣ୍ଠଦାନରେ ଫୁଲେ ଫଲେ ପତର ଡାଲେ ସବୁ ଠାନେ ରହିଛୁ ଗୀତ ଅତ୍ୟନ୍ତ ହୃଦୟ ସ୍ପର୍ଶି ହେବା ସହ ଦର୍ଶକ ଙ୍କର ପ୍ରଶଂସା ସାଉଁଟି ବାରେ ସଫଳତା ଲାଭ କରିଛି । ପଶ୍ଚିମ ଓଡିଶାର ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଖୁବ ଶୀଘ୍ର ଏକ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥାରୁ ପ୍ରକାଶ ।

yuvodaya
Leave A Reply

Your email address will not be published.