oom

ପଦ୍ମପୁରରେ ଧୂମଧାମରେ ଥାଳ ଉଠା

jsmm
  • ଶୁଭ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହେଲା ରାମେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିତଳଷଷ୍ଠୀ ଉତ୍ସବର ଅଭିନ୍ନ ଅଂଶ ଥାଳ ଉଠା ବୃହତ୍ ଧୂମଧାମ ସହିତ ଅନୁଷ୍ଠିତ ହେଲା । ଅକ୍ଷୟ ତୃତୀୟାର ଶୁଭମୁହୂର୍ତ୍ତରେ ଲୋକ ଧାର୍ମିକ ଉତ୍ସାହରେ ଭାଗ ନେଲେ । ଅନେକ ପ୍ରାଚୀନ ପରମ୍ପରା ଅନୁଯାୟୀ, ଥାଳ ଉଠା ଦ୍ୱାରା ଶିତଳଷଷ୍ଠୀ ବ୍ରତର ଆଧିକାରିକ ଆରମ୍ଭ ଘୋଷିତ ହୁଏ । ଏହି ଦିନ ଜଗତ ଜନନୀ ମାତା ପାର୍ବତୀ ସହ ମହାଦେବଙ୍କ ବିବାହ ପାଇଁ କନ୍ୟା ମାତା ପିତା ଭାବେ ସୁଷମା ପଣ୍ଡା ଏବଂ ଗୋପାଳ ପଣ୍ଡା ଓ ବର ମାତା ପିତା ଭାବେ କନକଲତା ପାଣିଗ୍ରାହୀ ଏବଂ ସମୀର କୁମାର ପାଣିଗ୍ରାହୀଙ୍କର ଚୟନ ସହ ବିବାହ ପାଇଁ ପାଣ୍ଠି ଆଦାୟର ଶୁଭାରମ୍ଭ ହୋଇଛି । ପଦ୍ମପୁର ଅଞ୍ଚଳର ବିଭିନ୍ନ ଶାଖା ଓ ମନ୍ଦିର ସମିତି ଦ୍ୱାରା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସଂଗୀତ ଉପସ୍ଥାପନା ରଖାଯାଇଥିଲା । ଲୋକ ମାନେ ବହୁ ସଂଖ୍ୟାରେ ଯୋଗଦେଇ ନୃତ୍ୟ-ସଙ୍ଗୀତ, ମହାପ୍ରସାଦ ବଣ୍ଟନ ଓ ଧାର୍ମିକ ରାଳିରେ ଭାଗ ନେଇଅଖଣ୍ଡ ଭକ୍ତି, ପ୍ରେମ ଓ ସଂସ୍କୃତିର ସମ୍ମିଳନୀ ଥିଲା ଏହି ବର୍ଷର ଥାଳ ଉଠା, ଯାହା ଆସନ୍ତା ଦିନ ମାନେ ଶୀତଳଷଷ୍ଠୀ ବ୍ୟାପକ ଉତ୍ସବକୁ ଆଗୁଆ କରୁଛି ।ଶେଷରେ ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ଶୀତଳ ଷଷ୍ଠୀ ମହୋତ୍ସବ କମିଟି ତରଫରୁ ସଭାପତି ସୁରଜ ପ୍ରସାଦ ସାହୁ, ଉପ ସଭାପତି ଆକାଶ ସାହୁ, ସଂପାଦକ କମଳ ସାହୁ, ନିକାଶ ନାୟକ, ସେବକ ମେହେର, କୋଷାଧ୍ୟକ୍ଷ ଖିରୋଦ୍ର ତ୍ରିପାଠୀ, ଅମିତ ସରାଫ ଉକ୍ତ ଉତ୍ସବକୁ ଆଗକୁ ନେବା ପାଇଁ ଶିବ ପାର୍ବତୀଙ୍କର ଆଶୀର୍ବାଦ ସହ ପଦ୍ମପୁର ଜନତାଙ୍କୁ ଉକ୍ତ ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.