oom

ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ପାଳନ

jsmm

ବରଗଡ, (ମୁନ୍ନା ସାହୁ) : ଯଦୁମଣି ପଧାନ ଅଡ଼ିଟରିୟମ ଠାରେ ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ, ବରଗଡର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧିନରେ ହିତାଧିକାରୀଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡ଼ିଟିରିୟମ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଢ଼ଙ୍ଗୀ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ, ବରଗଡ଼, ମାନଭଞ୍ଜନ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ ଏବଂ ସହକାରୀ ଶ୍ରମ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପଞ୍ଜିକୃତ ଯୋଗ୍ୟ ହିତାଧିକାରୀ/ନାମପ୍ରାପ୍ତ ବ୍ୟକ୍ତି/ଆଇନଗତ ଉତ୍ତରାଧିକାରୀଙ୍କୁ ବିବାହ ସହାୟତା, ମାତୃତ୍ୱ ସୁବିଧା, ଶିକ୍ଷା ସହାୟତା, ମୃତ୍ୟୁ ସୁବିଧା ଏବଂ ଅନ୍ତିମ ସଂସ୍କାର ସହାୟତା ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ପରିଚୟ ପତ୍ର ପାଇଁ ବିଭିନ୍ନ ସୁବିଧା/ସହାୟତା ବଣ୍ଟନ କରାଯାଇଥିଲା । ଏଠାରେ ୧୬୦ ଜଣଙ୍କୁ ମୃତ୍ୟୁ ସହାୟତା, ୧୫୨ ଜଣଙ୍କୁ ଅନ୍ତିମ ସଂସ୍କାର ଖର୍ଚ୍ଚ, ୯୩ ଜଣଙ୍କୁ ଶିକ୍ଷା ସହାୟତା, ୪୪୬ ଜଣଙ୍କୁ ବିବାହ ସହାୟତା ଏବଂ ୮ ଜଣଙ୍କୁ ପ୍ରସୂତି ସୁବିଧା, ମୋଟ ୮୫୯ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ, ମୋଟ ୧୦୦ ପରିଚୟ ପତ୍ର ଏବଂ ୨୫ ପରିଚୟ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ଅତିରିକ୍ତ ଶ୍ରମ ଅଧିକାରୀ ମିସ୍‌ ତାନିଆ ଠାକୁର ଅନ୍ୟବାଦଅର୍ପଣ କରିଥିଲେ । ତତ୍‌ ସହିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଯୁଗ୍ମ ଶ୍ରମ କାର୍ଯ୍ୟାଳୟର ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଜଗନ୍ନାଥ ଷଡଙ୍ଗୀ, ନିତ୍ୟାନନ୍ଦ ସାହୁ, ଗୋବିନ୍ଦ ମେହେର, କେଦାର ସିଂହ ବରିହା, ଘନଶ୍ୟାମ ମହାନ୍ତି, ଅରବିନ୍ଦ ହାତୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.