oom

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ

jsmm


ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସାରା ରାଜ୍ୟରେ ୨୫୦ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୮ରେ ଆରମ୍ଭ ହେବ ବୋଲି ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଫେବୃଆରୀ ୨୦ ସୁଦ୍ଧା ଆବେଦନ କରିବାକୁ ପଡିବ ଏବଂ ଆଶାୟୀ ଛାତ୍ରଛାତ୍ରୀ ମାନେ ଓଏଭିଏସ ୱେବସାଇଟ୍ (www.oav.edu.in)ରୁ ଫର୍ମ ଡାଉନଲୋଡ୍ କରିପାରିବେ । ଆହୁରି ମଧ୍ୟ କହିଛନ୍ତି ଯେ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ବଳକା ସିଟ୍ ପାଇଁ ଆଡମିଶନ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଓଏଭିଏସ ସାଇଟରୁ ଫର୍ମ ଡାଉନଲୋଡ୍ କରିପାରିବେ । ଚଳିତ ବର୍ଷ ଏକାଡେମିକ୍ ସେସନରେ ବାଳିକା ମାନଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ରିଜର୍ଭେସନ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି।

jittmm
Leave A Reply

Your email address will not be published.