csstore

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜି‌ଲ୍ଳା ସଇଁ‌ନ୍ତଲା ‌ବ୍ଲକ ଜୁରାବ‌ନ୍ଧ ପ‌ଞ୍ଚାୟତ ଖର୍ଶେଲବାଞ୍ଜି ଗାଁରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଆଦର୍ଶ ଯୁବକ ସଂଘ, ଜୀବନ ଜ୍ୟୋତି ଓଡିଶା ଏବଂ ସମ୍ବାଦ ଆମ ଓଡିଶାର ମିଳିତ କ୍ରମେ ରକ୍ତ ଦାନ ଶିବିର ଅନୁ‌ଷ୍ଠିତ ହୋଇଥିଲା । ଏହି ଶିବିରରେ ୫୩ ୟୁନିଟ୍‌ ର‌କ୍ତ ସଂଗ୍ରହ ହୋଇଥିବା ବେଳେ ଏଥିରେ ଗୈାତମ ଖେତୀ, ମିଲନ କୁମାର ବାରିକ, ଜୟଦେବ ଜାଲ, ସୁରେଶ ଚନ୍ଦ୍ର କମ୍ପ ଓ ଖର୍ଶେଲବାଞ୍ଜିର ସଦସ୍ୟମାନେ ଉପସ୍ଥିତ ଥିଲେ । ପରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭାସାଙ୍ଗ ହୋଇଥିଲା ।

jayashree
Leave A Reply

Your email address will not be published.