
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ଏକ ବୈଠକ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଣ୍ୟଶ୍ଲୋକ ସୋମନାଥ ମିଶ୍ରଙ୍କର ଜନ୍ମ ଶତ ବାର୍ଷିକୀର ଏକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ମଇ ୨୧ ତାରିଖରେ ବାନ୍ଧନଭାଡିରେ ପାଳନ କରାଯିବ । “ସ୍ମୃତିରେ ସୋମନାଥ ନାମରେ ସ୍ମରଣିକା ପ୍ରକାଶନ, ସୋମନାଥ ମିଶ୍ରଙ୍କ ସମସାମୟିକ ଆଦର୍ଶ ବ୍ୟକ୍ତି ଛେଲିଆ ବିଶ୍ୱାଲ, ନାରାୟଣ ନାଏକ, ତେଜରାଜ ବେହେରା ଓ ଧୃବ ବିଶ୍ୱାଳଙ୍କୁ ମରୋଣତ୍ତର ସ୍ମୃତି ସମ୍ମାନ ଏବଂ “ସେମନାଥ ମିଶ୍ର ସ୍ମୃତି ସମ୍ମାନ” ବିଶିଷ୍ଟ ଶିକ୍ଷା ଉଦୌାଗୀ ଡ. ଶ୍ରୀକର ମିଶ୍ରଙ୍କୁ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଭିତରେ ଓ ସ୍ଥାନୀୟ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ସ୍ଥିର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ବିୟୋଗରେ ଏକ ଶୋକସଭା କରାଯାଇଥିଲା । ପ୍ରଥମରେ ଅମର ଅତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶରତ ଦିକ୍ଷୀତ ଶିକ୍ଷା ଉଦୌାଗୀ ଓ ଆଦର୍ଶ ଶିକ୍ଷକ ଭାବେ ସବୁ ଦିନ ମନେ ରହିବେ ତଥା ସେ ନୀରବ ସାଧକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ କସ୍ତୁରୀ ରଥ, କପିଳ ପତି, କେଶବ ମିଶ୍ର, ସୁରଥ ସାହୁ, ଜୟରାମ ମିଶ୍ର, ମଧୁ ସାହୁ, ସୁନାଧର ବନଛୋର, ନିହାରିକା ମିଶ୍ର, ମାଳତି ଉଦ୍ଗାତା, ମଦନ ମୋହନ ରଥ ପ୍ରମୁଖ ମତବ୍ୟକ୍ତ କରିଥିଲେ । ସଭାରେ ହୃଷିକେଶ ପୁରୋହିତ, ଦୁର୍ଗା ସାହୁ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଦୀପ ପଶାୟତ ଓ ଚୁଡେନ୍ଦ୍ର ବେହେରା ଉପସ୍ଥିତ ଥିଲେ ।