
- ଫାଇନାଲରେ ବି ସି ଏ ଓ କରଞ୍ଜିଆ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ମ୍ୟାଚରେ ବି ସି ଏ କ୍ଲବ ରାଇରଙ୍ଗପୁରକୁ ୬ ଉଇକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର କ୍ଲବ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୨୪ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ରୋହନ ସାହୁ ୪ଟି ଉଇକେଟ ଅକ୍ତିଆର କରିଥିଲେ ।ଓ ଉତ୍ତରରେ ବି ସି ଏ କ୍ଲବ ୮. ୫ ଓଭରରେ ୪ ଉଇକେଟ ହରାଇ ୨୫ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୪ଟି ଯାକ ଉଇକେଟ ଅକ୍ତିଆର କରିଥିଲେ । ଆୟୁଷ ଗିରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ । ପୂର୍ବତନ କ୍ରିକେଟ ଖେଳାଳି ମନୋଜ କୁମାର ମହାନ୍ତ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି କରଞ୍ଜିଆ ଓ ବି ସି ଏ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।