oom

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଶୁଭାରମ୍ଭ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶା କିଶଳନ କଂଗ୍ରେସର ସଭାପତି ଅମୀୟ ପଟ୍ଟନାୟକଙ୍କ ଆହ୍ଵାନକ୍ରମେ ମୟୁରଭଞ୍ଜ କିଶଳନ କଂଗ୍ରେସର ସଭାପତି ଦୀପକ ଦାଶଙ୍କ ଅଧ୍ୟକ୍ଷତାରେ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଅବସରରେ ବଡକେରକ ଗ୍ରାମରେ ” ଅଖିମୁଠି ” ର ଆୟୋଜନ କରାଯାଇଥିଲା । ବହୁ ଚାଷୀଙ୍କ ସମାଗମରେ କ୍ଷେତରେ ହଳ କରିବା ସହ ପୂଜା ଅର୍ଚ୍ଚନା ଓ ଧାନବୁଣା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପୂର୍ବତନ ସଭାପତି ହେମନ୍ତ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ବାରିପଦା ଟାଉନର ପୂର୍ବତନ ସଭାପତି ଶାନ୍ତନୁ ପାଲ, ଅଶୋକ ଅଧିକାରୀ, ଅରବିନ୍ଦ ଦାସ, ମୀନକେତନ ବେହେରା, ଶିବାନନ୍ଦ ଦାସ, ସୁନନ୍ଦା ସାହୁ, ଶେଖ ମୁସ୍ତାଫା, ନିର୍ମଳ ପ୍ରଧାନ, ଅନୁକୂଳ ଚନ୍ଦ୍ର ମହାନ୍ତ, ଅରବିନ୍ଦ ମହାନ୍ତ, ନିହାର ମନ୍ତ୍ରୀ, ମିଲୁ ମହାନ୍ତ, ମିଲନ ମହାନ୍ତ, ବିକାଶ ନାଏକ,ସଞ୍ଜୟ ସେଠୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.