oom

ମୁରିବାହାଲ ବାର ଆସୋସିଏସନ୍ ପକ୍ଷରୁ ମଧୁବାବୁ ଜୟନ୍ତୀ ଓ ଓକିଲ ଦିବସ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବାର ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମଜୟନ୍ତୀ ତଥା ଓକିଲ ଦିବସ ସୋମବାର ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବାର ଆସୋସିଏସନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କ ତରଫରୁ ମଧୂବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ମଧୁବାବୁ ହେଉଛନ୍ତି ଉତ୍କଳ ପ୍ରଦେଶ ଗଠନର ମହାନ ବିନ୍ଧାଣୀ । ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ଓଡ଼ିଶାରେ ଅନେକ ଶିଳ୍ପ, କଳ କାରଖାନା ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅନେକ ପ୍ରଚେଷ୍ଟା ରହିଥିଲା । ଏହାସହ ସାରା ବିଶ୍ୱ ଏବଂ ଦେଶରେ ପ୍ରଖ୍ୟାତ ବାରିଷ୍ଟର ଭାବରେ ମଧ୍ୟ ତାଙ୍କର ଅନେକ ଖ୍ୟାତି ରହିଥିଲା । ତାଙ୍କର ଚିନ୍ତା ଏବଂ ଚେତନାକୁ ଓଡ଼ିଆ ଜାତି ନିଶ୍ଚିତ ମନେ ରଖିବ । ଏହାକୁ ଯଦି କିଛି ମାତ୍ରାରେ ଆମେ ନିଜ ଜୀବନରେ ରୂପାୟିତ କରିପାରିବା ତେବେ ତାହାହିଁ ହେବ ମଧୂବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ । ମୁରିବାହାଲ ବାର ଆସୋସିଏସନ୍ ସଭାପତି ବିଦ୍ୟାଧର ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଜିତେନ ହାତୀ, ସହସମ୍ପାଦକ ସୁନୀଲ ପୁଟେଲ, କୋଷାଧ୍ୟକ୍ଷ ପ୍ରଶାନ୍ତ କମ୍ପ, ଉପଦେଷ୍ଟା କୁମାର ଚନ୍ଦ୍ର ଖମାରୀ, ଜୟକୃଷ୍ଣ ଦାସ, ଚୂଡ଼ାମଣି ମେହେର, ଶମ୍ଭୁ ପ୍ରସାଦ ଭୋଇ, ହୃଷୀକେଶ ଭୋଇ, ରଏବାରୁ ପୁଟେଲ, ପ୍ରଶାନ୍ତ ଲୁହା, ଶୁକଦେବ ତ୍ରିପାଠୀ, ଦୀନେଶ ଚିନ୍ଦା ପ୍ରମୁଖ ଓକିଲ ଉପସ୍ଥିତ ଥିଲେ । ଉପସଭାପତି ସୁଦାମ ଚରଣ ବଘାର ସଭା ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ଜିତେନ ହାତୀ ଧନ୍ୟବାଦ୍ ଦେଇଥିଲେ ।

jittmm
Leave A Reply

Your email address will not be published.