centurian jitm

ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ୬ ଦଫା ଦାବି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଇଛି ଫଳରେ ଜିଲ୍ଲାବାସୀ ନାଇନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାକୁ ଗୁରୁତ୍ୱସହ ନେଇ ଯଥା ଶିଘ୍ର ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡିଶା ସେବା ସଂଘ ଦାବି କରିଛି । ସଂଘ ଦ୍ୱାରା ୬ ଦଫା ଦାବିପତ୍ରରେ ପାଣି ଟେଙ୍କରରେ ଜନସାଧାରଣଙ୍କ ପାନୀୟ ଜଳ ଯୋଗାଇ ଦେବା, ପୁରୁଣା ଅଚଳ ନଳକୂପମାନଙ୍କୁ କାର୍ଯ୍ୟକ୍ଷମ କରିବା, ଗାଁମାନଙ୍କରେ ଗ୍ରାମବାସୀଙ୍କୁ ଘରକୁ ଘର ପାଣି ଯୋଗାଇ ଦେବା, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଜରୁରୀ ପୋଖରୀ ଗୁଡିକର ପୁନଃ ମାଟିକାମ ଓ ସଫେଇ କରିବା, ଆବଶ୍ୟକୀୟ ସ୍ଥାନମାଙ୍କୁ ନୂତନ ନଳକୂପ ଖନନ କରିବା ତଥା ନଦୀନାଳମାନଙ୍କୁ ନୂତନ ହିସାବରେ ମରାମତି କରିବା ପାଇଁ ସଂଘ ଦାବି କରିଛି । ଯଥା ଶିଘ୍ର ଏହି ଦାବି ଗୁଡିକୁ ପୁରଣ କରାନଗଲେ ସଂଘ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଓ କରିବ ବୋଲି ସଂଘ ସଭାପତି ରାଜେଶ ବଗର୍ତ୍ତି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଋଚିପାଲ ଭୋଇ, ଭକ୍ତ ଛତ୍ରିଆ, ପିଣ୍ଟୁ ସେଠ, ଆଲୋକ ପରିଡା ଓ ନରେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.