centurian jitm

ପରୋପକାର ବ୍ୟକ୍ତି ତଥା ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରପାରିରେ ପରୋପକାର ବ୍ୟକ୍ତି ତଥା ଗୌନ୍ତିଆ ଦଳଗଞ୍ଜନ ପ୍ରଧାନ। ବଲାଙ୍ଗିର ଜିଲ୍ଲା ବିଲାଇସର୍ଡ଼ା ପଂଚାୟତ ଅନ୍ତର୍ଗତ କଶ୍ରୁପାଲି ଗାଁ ସ୍ଥିତ ନିଜ ବାସଭବନରେ ବିୟୋଗ ଘଟିଛି । ଆଜି ସକାଳ ୮.୧୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା । ଗତ ମାସେ କାଳ ହେଲା ସେ ଘରେ ଶଯ୍ୟାଶାୟୀ ଥିଲେ । ଆଜି ତାଙ୍କର ଦେହାନ୍ତ ପରେ ନିଜ ଚାଷ ଜମିରେ ଶେଷ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁ ସମୟରେ ବଡ଼ ପୁଅ ତଥା ହିନ୍ଦୀ ଶିକ୍ଷକ ଧିରେନ୍ କୁମାର ପ୍ରଧାନ , ମଝିଆ ପୁଅ ତଥା ଆଇନଜୀବୀ ସଞ୍ଜୟ କୁମାର ପ୍ରଧାନ ସାନ ପୁଅ ତଥା ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ବିଜୟ କୁମାର ପ୍ରଧାନ, ପୁତ୍ର ବଧୂ ଗୀତାଞ୍ଜଳି ପ୍ରଧାନ, ସଂଘମିତ୍ରା ପ୍ରଧାନ, ପଙ୍କଜିନୀ ପ୍ରଧାନ, ନାତି ନାତୁଣୀ ଜନ୍ମେଶ ପ୍ରଧାନ, ଶୁଭଙ୍କର ପ୍ରଧାନ ଓ ଶୁଭଶ୍ରୀ ପ୍ରଧାନ, ଝିଅ ଜ୍ୱାଇଁ ଶର୍ମିଷ୍ଠା ପ୍ରଧାନ ଓ ଡୋଳାମଣି ପ୍ରଧାନଙ୍କ ସହ ମାମୁଁ ମାଇଁ ଓ ଗୌନ୍ତିଆ ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ । ତାଙ୍କ ଆଦେଶ ଅନୁସାରେ କଶ୍ରୁପାଲି ଗାଁ ସ୍ଥିତ ନିଜ ଚାଷ ଜମିରେ ଶେଷ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଧିରେନ ପ୍ରଧାନ ମୁଖାଗ୍ନୀ ଦେଇଥିଲେ । କିନ୍ତୁ ଅଲୌକିକ ଘଟଣା, ମୃତ୍ୟୁର କିଛି ଦିନ ଆଗରୁ ସେ ପୁଅମାନଙ୍କୁ କହିଥିଲେ ଯେ, ମୃତ୍ୟୁ ପରେ ନିଜ ଚାଷ ଜମିରେ ଶେଷ ସଂସ୍କାର କରିବା ପାଇଁ । ତାଙ୍କ ଆଦେଶ ଅନୁସାରେ, ଆଜି ସାଢେ଼ ୧୦ ଟା ସମୟରେ ନିଜ ଚାଷ ଜମିରେ ଶେଷ ସଂସ୍କାର କରାଯାଇଛି । ଜଣେ ପରୋପକାର, ମେଳାପି, ମିଷ୍ଟଭାଷୀ ତଥା ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଗାଁ ତଥା ଆଖପାଖ ଅଞ୍ଚଳରେ ଜଣାଶୁଣା । ତାଙ୍କ ଅକାଳ ବିୟୋଗ ଖବର ପାଇ ବହୁ ଲୋକ ଶେଷ ଦର୍ଶନ କରିବା ପାଇଁ ଘରକୁ ଆସିଥିଲେ । ଡାକ୍ତର ଅଶୋକ ପଧାନ, ହେଡ ମାଷ୍ଟର ସେବଦତ୍ତ ପ୍ରଧାନଙ୍କ ସହ ସହିତ ଅନେକ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.