centurian jitm

ସମବାୟ ସମିତି ତରଫରୁ ମଧୁବାବୁ ଜୟନ୍ତୀ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପନିବନ୍ଧକ ସମବାୟ ସମିତି ସମୁହ ବଲାଙ୍ଗିର ବିଭାଜନ, ବଲାଙ୍ଗିରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଆର୍ନ୍ତଜାତୀୟ ସମବାୟ ବର୍ଷ ୨୦୨୫ ଅବସରରେ “ଓଡିଶା ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା” ଶୀର୍ଷକ ଉପରେ ଉପନିବନ୍ଧକ ପ୍ରମୋଦ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଏକ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମବାୟ ବିଭାଗର ସମବାୟ ନିରୀକ୍ଷକ ସୁଶ୍ରୀ ସମିଧା ଅଗ୍ରୱାଲ ଅତିଥିମାନଙ୍କ ପରିଚୟ ପ୍ରଦାନ କଲା ପରେ ଅତିଥିମାନେ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ । ସୁଶ୍ରୀ ଉଷାରାଣୀ କୁଅଁର ଓ ସୁଶ୍ରୀ ବର୍ଷାରାଣୀ ବାରିକ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ପରେ କାଶ୍ମୀରର ପହଲଗାମ ଠାରେ ନିରସ୍ତ୍ର ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀଙ୍କ ଶିକାର ହୋଇ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦଗତି ପୂର୍ବକ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲାର ସୁନାମଧନ୍ୟ ନାଟ୍ୟକାର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଓ ପାଟଣାଗଡ ଜବାହର ଲାଲ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ପ୍ରିୟମ୍ବଦା ହୋତା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଓଡିଶା ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଅବିସ୍ମରଣୀୟ ଅବଦାନ, ଓଡିଶାର ସ୍ୱାଭିମାନ ରକ୍ଷା ପାଇଁ ତାଙ୍କର ଉତ୍ସଗୀକୃତ ସଂକଳ୍ପ ଉପରେ ଆଲୋକପାତ କରି ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିଥିବା ଉପସ୍ଥିତ ସମବାୟ ପରିବାରର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନାବାର୍ଡ ଡିଡିଏମ୍‌ ଡ. ବିବେକ କୁମାର ନାୟକ ଯୋଗଦେଇ ଆଗାମୀ ଭବିଷ୍ୟତରେ ସମବାୟ ବିସ୍ତାରିତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଦାସ ସଭାରେ ୨୫୦ରୁ ଅଧିକ ସଂଖ୍ୟାରେ ଉପସ୍ଥିତ ସମବାୟ ବିଭାଗର ବର୍ତ୍ତମାନର ତଥା ପ୍ରକ୍ତନ କର୍ମଚାରୀ, ବ୍ୟାଙ୍କର କର୍ମଚାରୀ, ବିଭିନ୍ନ ସମିତିର କର୍ମଚାରୀ ଓ ପରିଚାଳନା ପରିଷଦର ସଭ୍ୟ/ସଭ୍ୟା, ସାମ୍ବାଦିକ ତଥା ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ୩ ଗୋଟି ଉତ୍ତମ ସମବାୟ ସମିତିଙ୍କ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପନିବନ୍ଧକ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.