
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶାନ୍ତିପଡାଠାରେ ଅଙ୍କୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ଡାକ୍ତର ଅଶୋକ କୁମାର ସେଠୀଙ୍କର ଦ୍ୱିତୀୟ ଶିଶୁ ଗଳ୍ପ ସଂଙ୍କଳନ କାହାଣୀ ଚୁନିମୁନିଙ୍କ ପାଇଁ ଉନ୍ମୋଚନ ହୋଇଥିଲା । ଉକ୍ତ ସାରେ ଅଙ୍କୁରର ସଭାପତି କସ୍ତୁରୀ ରଥ ସଭାପତିତ୍ୱ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ପ୍ରବଚିକା ଶିଶୁ ସାହିତ୍ୟିକା ଏଲୋରା ମିଶ୍ରଙ୍କୁ ଅଙ୍କୁର ଶିଶୁ ସାହିତ୍ୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତାପରେ ଶିଶୁ ଗଳ୍ପ ସଂଙ୍କଳନ କାହାଣୀ ଚୁନିମୁନିଙ୍କ ପାଇଁ ଉନ୍ମୋଚନ ହୋଇଥିଲା । ପୁସ୍ତକଟି ସମୀକ୍ଷା କରିଥିଲେ ଅଙ୍କୁର ସହ-ସଂପାଦକ ସୁରଥ ସାହୁ । ଅଙ୍କୁରର ସଂପାଦକ ଡାକ୍ତର ଅଶୋକ କୁମାର ସେଠୀ ଓ ମଦନ ମୋହନ ରଥ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ପ୍ରେମଚାନ୍ଦ ମହାନ୍ତି ମଂଚାସୀନ ଥିଲେ । ମୁଖ୍ୟବକ୍ତା ଦେବରାଜ ପାଣିଗ୍ରାହ ଶିଶୁ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ମଂଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ ଚୁମୁକି ଦାସ । ଶେଷରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କବିତା ପାଠ ଉତ୍ସବକୁ ପରିଚାଳନା କରିଥିଲେ ଜ୍ୟୋସ୍ନାମୟୀ ତ୍ରିପାଠି । ଏହି କବିତା ପାଠ ଉତ୍ସବରେ ଉପସ୍ଥିତ ଥିଲେ ଭବାନୀ ପଟେଲ, ବଳିଷ୍ଠ ପ୍ରରଧାନ, ହୃଷିକେଶ ପୁରୋହିତ, ରଶ୍ମି ପାତ୍ର, ଚୁମକି ଦାସ, ଦେବରାଜ ପାଣିଗ୍ରାହୀ, ଚିତ୍ତ ରଂଜନ ମିଶ୍ର, ଡାକ୍ତର ଲମ୍ବୋଦର ମେହେର, ଗିରିଜା ରଥ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ତପସ୍ୱିନି ପଶାୟତ, କପିଳ ପତି, ଜ୍ୟୋତିମୟୀ ମିଶ୍ର, ଡାକ୍ତର ଲକ୍ଷ୍ମୀପ୍ରିୟା ସେଠି । ଉକ୍ତ ସଭାରେ ସହଯୋଗ କରିଥିଲେ ଦୁର୍ଗା ସାହୁ, ଅରୁଣ ଖୁଆସ, ଚୁଡେନ୍ଦ୍ର ବେହେରା, ଗୋପିନାଥ ଦଣ୍ଡସେନା, ବାଳଗୋପାଳ ସିଂନିନା, ମଧୁ ସାହୁ, ପ୍ରଦିପ ପସାୟତ, ସତିଶ ବିଶି, ରାଧାକାନ୍ତ ବାଗ, ଆନନ୍ଦ ସାହୁ । ମାନପତ୍ର ପାଠ କରିଥିଲେ ସିତାଶୁଂ ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ କେଶବ ଚନ୍ଦ୍ର ମିଶ୍ର ।