
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୩ୟ ବାର୍ଷିକ ସାହିତ୍ୟ ମହାକୁମ୍ଭ -୨୦୨୫ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସୁଯୋଗ୍ୟ ପୁତ୍ର ବିଶିଷ୍ଟ ସାହିତ୍ୟିକ, ଗବେଷକ, ବାସ୍ତୁ ତଥା ଜ୍ୟୋତିଷ ବିଶାରଦ ସତ୍ୟଭାମା ସାହିତ୍ୟ ଅନୁଷ୍ଠାନର ସଂପାଦକ ଡ଼ଃ ଦେବୀ ପ୍ରସାଦ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରଖ୍ୟାତ ସାହିତ୍ୟିକ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଟିକାୟତରାୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ପ୍ରିୟପତ୍ରର ସଂପାଦକ ବିପିନ ବିହାରୀ ଦଳେଇ, ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ ତଥା ମାଟିର ମହକ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ବରିଷ୍ଠ ସାରସ୍ୱତ ସାଧକ ରବିନ୍ଦ୍ରନାଥ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ସ୍ଵର୍ଗୀୟା ମହାପାତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତି ସ୍ମରଣିକା ‘ସତ୍ୟଭାମା’ ସାହିତ୍ୟ ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ପରେ ପରେ ଏକ କବିତା ଆସର, ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ରାଜ୍ୟର କୋଣ ଅନୁକୋଣରୁ ଶହେରୁ ଅଧିକ ଲବ୍ଧପ୍ରତିଷ୍ଠ କବି କବୟିତ୍ରୀ ମାନେ ବୋଉ/ମା ଆଧାରିତ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ରାଜ୍ୟର ଆଗଧାଡିର ଯୁବା କବୟିତ୍ରୀ ସର୍ବାଣୀ ଦାସ କବିତା ଆସର ସଂଯୋଜନା କରିଥିଲେ । ଅନୁଷ୍ଠାନ ସମ୍ପାଦକ ଦେବୀପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କବି /କବୟିତ୍ରୀ ଏବଂ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସ୍ମରଣିକାର ପ୍ରକାଶିକା ପାର୍ବତୀ ମହାପାତ୍ର,ମାନସ ରଞ୍ଜନ ପଟ୍ଟନାୟକ, ବିଶ୍ଵନାଥ ପଟ୍ଟନାୟକ, ଅଶୋକ ସ୍ଵାଇଁ, ରବୀନ୍ଦ୍ର ସାହୁ, ଚିନ୍ମୟ ବାରିକ, ଭାସ୍କର ବରାଳ ଓ ନଗେନ ମାଝୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।