centurian jitm

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ (ବଲାଙ୍ଗିର ଶାଖା) ର ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସଂଘର କାର୍ଯ୍ୟକଳା ସଂପୂର୍ଣ୍ଣ ହୋଇଥିବାରୁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସତ୍ୟବନ୍ତ ବେଦବାକଙ୍କୁ ନିର୍ବାଚନ ଅଧିକାରୀ ରୂପେ ଦାୟୀତ୍ୱ ଦିଆଯାଇଥିଲା । ତାଙ୍କ ତତ୍ତ୍ୱାବଧାନରେ ସଭାପତି ଭାବେ ଗୋବିନ୍ଦ ମିଶ୍ର, ଉପ-ସଭାପତି ଭାବେ ପର୍ଶୁରାମ ନାୟକ, ସାଧାରଣ ସଂପାଦକ ଭାବେ କୃଷ୍ଣଚନ୍ଦ୍ର ନାଥ, ଯୁଗ୍ମ ସଂପାଦକ ଚୈତନ୍ୟ ପଟେଲ ଓ ଅଡିଟର ଭାବେ ନରେନ୍ଦ୍ର କବାଟଙ୍କ ସମେତ କାର୍ଯ୍ୟକାରିଣୀ ସଭ୍ୟ ରୂପେ ପ୍ରଭାକର ମିଶ୍ର, ଶ୍ୟାମସୁନ୍ଦର ମିଶ୍ର, ଜୟଦେବ ବେହେରା, ପ୍ରାଣବଲ୍ଲଭ ତ୍ରିପାଠୀ, ବିଜୟ କୁମାର ବାଗ, ପୁରୁଷୋତ୍ତମ ପଣ୍ଡା ଓ ବୈକୁଣ୍ଠ ସ୍ୱାଇଁ ସର୍ବସମ୍ମତି କ୍ରମେ ମନୋନିତ କରାଗଲା । ଶେଷରେ ହରେକୃଷ୍ଣ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.