centurian jitm

ବିବାଦକୁ ନେଇ ଯୁବକଙ୍କୁ ଛୁରୀ ମାଡ଼ : ଭଦ୍ରକ ମେଡିକାଲରେ ଭର୍ତ୍ତି

nschool

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ମୁରୁଣା ପଞ୍ଚାୟତ ବାଙ୍ଗୁରୁପଦା କାଳପଡ଼ା ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛନ୍ତି । ଯେଉଁଥିରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେକାଳପଡ଼ା ଗାଁର ଭାସ୍କର ବାରିକଙ୍କ ପୁଅ ବିଜୟ କୁମାର ବାରିକ ମଙ୍ଗଳବାର ସଂଧ୍ୟା ୬ଟା ସମୟରେ ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ । ଏହି ସମୟରେ ସେହି ଗାଁର ପ୍ରଶାନ୍ତ ବାରିକ ତାଙ୍କ ପାଖକୁ ଆସି ଯୁକ୍ତିତର୍କ କରିଥିଲେ । ଏହାସହିତ ହାତରେ ଧରିଥିବା ମାରଣାସ୍ତ୍ରରେ ତାଙ୍କ ପେଟ, ଛାଡି ଓ ବେକକୁ ଏକାଧିକ ଥର ଆକ୍ରମଣ କରିଥିଲେ । ବିଜୟ ଚିତ୍କାର କରିବାରୁ ପ୍ରଶାନ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଏହାପରେ ଗ୍ରାମବାସୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.