centurian jitm

ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

nschool

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଚୋରି । କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁବୃତ୍ତ । କାଫେରେ ଥିବା ଗ୍ରାଇଣ୍ଡର, ସିଲିଣ୍ଡର, ଟପ୍ , ଅନ୍ୟାନ୍ୟ ଜିନିଷ ସହ କାଫେରେ ଥିବା ରାସନ ସାମଗ୍ରୀ ଚୋରି ହୋଇଛି । ସୂଚନା ମୁତାବକ, ମଙ୍ଗଳବାର ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଚୋରି ହୋଇଥିଲା । ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ । ଏହାର ପରଦିନ ଅର୍ଥାତ ବୁଧବାର ଦିନ ମିଶନ ଶକ୍ତି କାଫେର କର୍ମଚାରୀ କାଫେ ଖୋଲିବାକୁ ଆସିଥିଲେ । ସେଠାରେ ପହଞ୍ଚି କବାଟ ଭଙ୍ଗା ଯାଇଥିବା ଲୁଟ୍‌ ହୋଇଥିବା ବିଷୟରେ ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି କାଫେ କର୍ମଚାରୀ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।

Leave A Reply

Your email address will not be published.