centurian jitm

ସିଆର୍‌ଏମ୍‌ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : କୋଲ୍ଡ ରୋଲିଂ ମିଲ୍ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ସାଲୁ କୁଅଁର କିସ୍କୁଙ୍କ ଅଧ୍ୟକ୍ଷତାରେ ସେକ୍ଟର -୭ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଡି. ବାନାର୍ଜୀ ମୁଖ୍ୟ ଅତିଥି, ଓ ଏଚ୍‌.ଗୁରୁପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଜିଏମ୍‌ ପ୍ରଶାନ୍ତ ଭସ୍ମି, ବିପିନ୍ ରାୱାତ୍, ସିନିୟର୍ ମ୍ୟାନେଜର ପଦ୍ମଲୋଚନ ବାଗ, ମ୍ୟାନେଜର ଆର୍. କେ.ପଣ୍ଡା ଏବଂ କମିଟି ସଦସ୍ୟ ଦେବାଶିଷ ଭୋଳ, ପ୍ରଦୀପ କୁମାର ବେହେରା, ସମିତିର ସଧାରଣ ସମ୍ପାଦକ ଅଜୟ କୁମାର ମଲିକ୍ ପ୍ରମୁଖ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମଲିକ୍‌ ମଞ୍ଚ ପରିଚାଳନା କରିଥିଲେ । ସଂପାଦକୀୟ ବିବରଣୀ ଏବଂ ୨୦୨୪ -୨୫ର ବଜେଟ୍ ଓ ୨୦୨୫-୨ ୬ର ଅଗ୍ରୀମ ବଜେଟ୍ ଅଜୟ କୁମାର ମଲିକ୍ ଉପସ୍ଥାପନା କରିଥିଲେ । ଏହାକୁ ସଦସ୍ୟମାନେ ସମର୍ଥନ ଜଣାଇଥିଲେ । ଏହା ସହିତ ୨୦୧୮ରୁ ୨୦୨୨ ଆର୍ଥିକ ବର୍ଷର ଅଡିଟ ରିପୋର୍ଟ ସମ୍ପାଦକଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିଲା । ଖୁବ୍ ଶୀଘ୍ର ଏହି ୪ବର୍ଷର ଲାଭାଂଶ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନୋଟିସ୍ ମାଧ୍ୟମରେ ଜଣାଇଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୋଷ କୁମାର ପଣ୍ଡା, ଲଳିତ ସୁନ୍ଦର ଜେନା, ପଦ୍ମନ୍ ମହାପାତ୍ର, ଅକ୍ଷୟ କୁମାର ଧଳ, ମନୋଜ୍ ମଙ୍ଗରାଜ, ରସାନ୍ତ୍ କୁମାର ମହାନ୍ତି, କାଳୀ ଚରଣ ଦାସ, ସୁନୀଲ ନାଏକ୍, ସୁରଜ୍ ସରପ, ଅମିତାଭ ମହାନ୍ତି, ସଞ୍ଜୟ ମହାନ୍ତି, ରବୀନ୍ଦ୍ର ବେହେରା, ବିପିନ୍ ପାଢ଼ୀ, ବେଣୁଧର ତ୍ରିପାଠୀ, ମନୋଜ୍ କୁମାର ପଣ୍ଡା, ତ୍ରିନାଥ ପାଟୁଆ, ପ୍ରଫୁଲ୍ଲ ନାଏକ, ରବୀନ୍ଦ୍ର ସାମଲ, ଅରୁଣ ପରିଡ଼ା, ଡି.ଆର୍. ଲେଙ୍କା, ତୁଷାର ଲେଙ୍କା, ଶରତ ନାୟକ, ଲକ୍ଷ୍ମଣ ପ୍ରଧାନ, ସୁଦର୍ଦ୍ଦନ ସେନାପତି, ଚନ୍ଦ୍ରଭାନୁ ମହାନ୍ତି, ପୀତବାସ ଭୋଇ, ଆଶିଷ ସାହାଣୀ, ଦୁର୍ଯ୍ୟୋଧନ ସାହୁଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଦେବାଶିଷ ଭୋଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.