
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୂର୍ବତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍ର ଟାଣୁଆ ନେତା, ଏଆଇଟିୟୁସିର ପୂର୍ବତନ ରାଜ୍ୟ ଉପସଭାପତି, ମାର୍କସବାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଣେ ସଚ୍ଚା କମ୍ୟୁନିଷ୍ଟ, ସମସ୍ତଙ୍କ ହୃଦୟରେ ଥିବା ପ୍ରିୟ ନେତା କମ୍ରେଡ୍ ଦିବାକର ନାୟକଙ୍କର ଗତକାଲି ରାତ୍ର ୧୧ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଅକାଳ ବିୟୋଗ ଘଟିଛି । କମ୍ରେଡ୍ ଦିବାକର ନାୟକ ଥିଲେ ଜଣେ ଦରଦୀ ମଣିଷ । ଶତାଧିକ ଜନ ଆନ୍ଦୋଳନର ସେ ଥିଲେ ଜନନାୟକ । ତାଙ୍କର ବିୟୋଗରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଅଶୋକ କୁମାର ଦାସ, ଜିଲ୍ଲା ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି, ଜୋନ ସମ୍ପାଦକ ସଦାନନ୍ଦ ସାହୁ, ରାଜେନ୍ଦ୍ର ନାୟକ, ସନ୍ତୋଷ ଆଚାର୍ଯ୍ୟ, ଦଶରୁ କିଶନ, ଅନୁପମ ଦତ୍ତ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଲାଲ ସଲାମ ଜଣାଇଥିଲେ ।