ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ଆମ ପରମ୍ପରା କଳା ବିକାଶ କେନ୍ଦ୍ର ସେମଲା, କଣ୍ଟାବାଞ୍ଜି, ବଲାଙ୍ଗିର ଓ ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ୨ୟ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ବହୁତ ସୁନ୍ଦର ଭାବରେ ସଫଳ ହୋଇଯାଇଛି । ତୁରେକେଲା ବ୍ଲକ ଅଧିନସ୍ଥ ଢୋଲମାନ୍ଦଲ ଗ୍ରାମର କଳ୍ପବଟ ଦେବରାଜ ପଣ୍ଡା (ଯୁବପାଲା ଗାୟକ), ଲର୍କି ଗ୍ରାମରୁ ରଂଜିତ କୁମାର ମେହେର (ବିଶିଷ୍ଟ ପାଲା ଗାୟକ), ଟିକ୍ରାପଡା ଗ୍ରାମରୁ ପୁରନ୍ଦର ପୁଟେଲ (ବିଶିଷ୍ଟ ପାଲା ଗାୟକ), ଲର୍କି ଗ୍ରାମରୁ ହରେକୃଷ୍ଣ ତ୍ରିପାଠୀ (ଯୁବ ପାଲା ଗାୟକ)ଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହିପରି ଚାରି ଗୋଟି ପାଲା ଦଳକୁ ନେଇ ଆଜିର ପାଲା ପରିବେଷଣ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା କୋଶଲି କୁଇନ ମୀରାବାଈ ପାଣିଗ୍ରାହୀଙ୍କୁ ଅନୁଷ୍ଠାନ ତରଫରୁ (ମାଁ ଉପାଧି ସମ୍ମାନ) ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତୁରେକେଲା ବ୍ଲକ କଳା ସଂସ୍କୃତି ସଂଘରୁ ଚିତ୍ତମନ ତାଣ୍ଡି (ଲୋକ ଗୀତ ଗାୟକ )ବଲାଙ୍ଗିର ଜିଲ୍ଲା ସଂସ୍କୃତି ସଂଘ ତରଫରୁ ହୋଇଥିବା ୨୦୨୫ ଲୋକ ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରି ତୁରେକେଲା ବ୍ଲକ ପାଇଁ ସମ୍ମାନ ଆଣିଥିବାରୁ ତାଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର ପୂର୍ବକ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.