csstore

ପିଏମ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସୁର୍ଡା ଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ, ଯୋଗୀସୁର୍ଡା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡୋଳମଣୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଫାଷ୍ଟ ଏଡ଼ର ରବିଚନ୍ଦ୍ର ପଶାୟତ, ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ଦୁର୍ଯ୍ୟୋଧନ ପଶାୟତ ସାଧନ କର୍ମୀ ଭାବେ ଯୋଗଦେଇ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ହଠାତ୍ ମୂର୍ଚ୍ଛା ହେବା, ରୋକୋଭରି ପୋଜିସନ, ସାପ କାମୁଡା,ଏବଂ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା, ମୁଣ୍ଡ ଫଟା, ୧୧୨ ବ୍ୟବହାର, ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଡେମଷ୍ଟେସନ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । ଶିକ୍ଷକ ନରେଶ ଦ୍ଵାରୀ, ବିରେନ୍ଦ୍ର ବାଙ୍କ, କ୍ଷୀର ସାଗର ଭୋଇ, କୃଷ୍ଣ କୁମାର ପୂଜାରୀ, ପ୍ରଶାନ୍ତ କୁମାର ଭୋଇ, ଜୟ କୁମାର ସାହୁ, ମନୋରଞ୍ଜନ ବିଶ୍ୱାଳ, ସୁଧାଂଶୁ ଶେଖର ହୋତା, ସଚିତାନନ୍ଦ ଭୋଇ, ଶିକ୍ଷୟାତ୍ରୀ ଡିଲେଶ୍ୱରୀ କଅଁର, ପ୍ରିୟଙ୍କା ମହାନନ୍ଦ, ସୀତା ହରିଚନ୍ଦନ, ଡିଲେଶ୍ୱରୀ ମିର୍ଦ୍ଧା, ପ୍ରଜ୍ଞା ଦିପ୍ତୀ ମିଶ୍ର ସମେତ ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ମଳୟ ସାଗର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.