csstore

ପର୍ଶୁରାମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ଅପ୍ରେଲ ୨୯ ତାରିଖ ଦିନ ସ୍ଥାନୀୟ ବାଲାଜୀ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ ଉପଲକ୍ଷେ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମିଳନୀ କକ୍ଷରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ଜିଲ୍ଲା ଉପ ସଭାପତି ବିନୋଦ ଶର୍ମା, କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀଙ୍କ ସମେତ ବହୁ ସଭ୍ୟ ସଭ୍ୟା ଯୋଗଦେଇଥିଲେ । ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ୨୯ ତାରିଖ ସକାଳ ସାତଟାରେ ବାଲାଜୀ ମନ୍ଦିରର ଯଜ୍ଞ ମଣ୍ଡପରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ୨୮ ତାରିଖ ଅପରାହ୍ନ ଚାରିଟାରେ କଳସ ଯାତ୍ରା ଅନୁଷ୍ଠିତ ହେବ । ୨୯ ତାରିଖ ସକାଳ ଆଠଟାରେ ଏକ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରା ବାଲାଜୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିବ । ଦିନ ୧୦ଟାରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ସଭା ଆୟୋଜିତ ହେବ । ଦିନ ଗୋଟାଏରେ ଯଜ୍ଞର ପୂର୍ଣ୍ଣାହୁତି ହେବ ଓ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା ବ୍ରାହ୍ମଣ ସମାଜ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ରାମଧାରୀ ଦାଶ ଓ ତାଙ୍କ ପତ୍ନୀ ମେଘମାଳା ଦାଶ ଯଜ୍ଞର କର୍ତ୍ତା କାର୍ଯ୍ୟ ସମ୍ପାଦନ କରିବାପାଇଁ ସ୍ଥିର କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା ନିମନ୍ତେ ଅଭ୍ୟର୍ଥନା କମିଟି, ଯଜ୍ଞ କମିଟି, ପରିଚାଳନା କମିଟି, ପଞ୍ଜିକରଣ କମିଟି, ପ୍ରସାଦ ପ୍ରସ୍ତୁତି କମିଟି, ପ୍ରସାଦ ବଣ୍ଟନ କମିଟି ଓ ମୋଟର ସାଇକେଲ ଶୋଭାଯାତ୍ରା କମିଟି ଗଠିତ ହୋଇଥିଲା । ବିଭିନ୍ନ କମିଟି ନିଜ ନିଜର କମିଟିର ଚୁଡାନ୍ତ କାର୍ଯ୍ୟଖସଡ଼ା ଓ ବ୍ୟୟ ଅଟକଳ ପ୍ରସ୍ତୁତ କରି ୨୨ ତାରିଖ ସୁଦ୍ଧା ସଭାପତିଙ୍କୁ ପ୍ରଦାନ କରିବାକୁ ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢୀ ଅନୁରୋଧ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.