ସଶସ୍ତ୍ର ଡକାୟତି : ଲୁଟି ନେଲେ ଟଙ୍କା, ସୁନା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ରାତି ଅଧରେ କବାଟ ଭାଙ୍ଗି ଘରେ ପଶିଲେ ଡକାୟତ । ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ ସର୍ବସ୍ବ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦାୟକ ଘଟଣା । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ ଜଣ ଦୁର୍ବୁତ୍ତ ଶାନ୍ତିପୁର ଗ୍ରାମର ଆର୍ତ୍ତତ୍ରାଣ ସାହୁଙ୍କ ଘରେ ପହଂଚି ଥିଲେ । ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ପରେ ଘର ମାଲିକଙ୍କୁ ଆକ୍ରମଣ କରି ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ସହିତ ୧୫/୧୭ ଭରି ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଆଜି ସକାଳୁ ଖପ୍ରାଖୋଲ ଥାନା ପୋଲିସ ସହିତ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ପହଞ୍ଚି ଛାନଭିନ ଜାରି ରଖିଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଣ୍ଟି ଫିକ ଦଳ ମଧ୍ୟ ପହଂଚି ତଦନ୍ତ ଜାରି ରଖିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.