ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ : କ୍ଷତିପୂରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସଇଁନ୍ତଲା ଥାନା ଜାତୀୟ ରାଜପଥ ଜଳିଆ ଛକଠାରେ ସାଇକେଲ ଆରୋହୀ କୃଷ୍ଣଚଦ୍ର ସାହୁ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ଦାବୀରେ ପରିବାର ଲୋକ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ସଇଁନ୍ତଲା ଥାନା ଅଧିକାରୀ ବାରିଣୀ ଦାସ, ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ଘଟଣା ସ୍ଥାନରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍‌ନ୍ତି ।ହେଲେ ପରିବାର ଲୋକେ ବୁଝି ବାକୁ ନାରାଜ । ପରିବାର ଏକ ମାତ୍ର ରୋଗଗରିଆ ହୋଇ ଥିବା ବେଳେ କ୍ଷତିପୁରଣ ପାଇଁ ଏବେ ମଧ୍ୟ ଜିଦ୍‌ ଧରିଛନ୍ତି । ଦୀର୍ଘ୬ଘଣ୍ଟା ହେଲାଣି ଜାତୀୟ ରାଜପଥକୁ ପରିବାର ଲୋକେ ଅବରୋଧ କରିଥିବା ବେଳେ ଗାଡି ମୋଟର ଚଳାଚଳ ଠପ ହୋଇ ପଡ଼ିଛି ।

Leave A Reply

Your email address will not be published.