୧୨୫ ତମ ନେତାଜୀ ଜୟନ୍ତୀ ଅବସରରେ ମହାନାୟକ ଲଲିତ କୁମାର ନାୟକଙ୍କୁ ପୂର୍ବତନ ସୈନିକ ତରଫରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ସଂଘ ତରଫରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବଲାଙ୍ଗିର ମାଟିର ସୁପୁତ୍ର, ଗରିବ ଖଟିଖିଆଙ୍କ ବନ୍ଧୁ, ବଲାଙ୍ଗିରର ବିଭିନ୍ନ ସଂଗଠନର ନେତୃତ୍ୱ ନେଇଥିବା ମହାନାୟକ ଲଲିତ କୁମାର ନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା । ସଂଘର ସଂପାଦକ ପ୍ରତାପ ରଥଙ୍କ ସଭାପତିତ୍ୱରେ ଲଲିତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି ସକାଶେ ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ନାୟକଙ୍କ ସମାଜ ଉପରେ ଅବଦାନ ଉପରେ ଆଲୋକପାତ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ସର୍ବେରାମ ପଟେଲ, ଶୁଶିଲ ପଟେଲ, ଶଙ୍କର ଯୁଏଡ, ଘାସିରାମ ବେହେରା, ବାଲିକୁଦ ସେଠ, ଅରୁଣ ବାରିକ, ଅରୁଣ ବିଶ୍ୱାଳ, ଶମ୍ମୁ ପ୍ରସାଦ ବିଶ୍ୱାଳ, ନୟନ ଅଗସ୍ତି, ନରହରୀ ବେହେରା, ବିବେକ୍‌ ଭୋଇ, ନିଲକଣ୍ଠ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.