ଗଜବନ୍ଧ ଶିଶୁ ବିଦ୍ୟାମନ୍ଦିରର ସେବା କାର୍ଯ୍ୟ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ପଂଚାୟତ ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମରେ ମାଁ ଚନ୍ଦଳିପାଟ ଓ ମାଁ ଝାଡଖଣ୍ଡ ବାସିନୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ତରଫରୁ ଥଣ୍ଡା ସର୍ବତ ବଣ୍ଟନ କରି ସେବା କାର୍ଯ୍ୟ କରାଯାଇଛି । ପ୍ରଧାନ ଆଚାର୍ଯ୍ୟ ବିଶ୍ଵନାଥ ବଡ଼ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆଚାର୍ଯ୍ୟ ଲିଙ୍ଗରାଜ ପୁଟେଲ, ଗୌତମ ଭୋଇ, ଶତ୍ରୁଘ୍ନ ସାହୁ, କପିଳେଶ୍ୱର ପାଣ୍ଡେ ,ଆଚାର୍ଯ୍ୟା ପ୍ରିୟଙ୍କା ମାଝୀ, ଗାୟତ୍ରୀ ପଧାନ, ମମତା ବିଶି, କୌଶଲ୍ୟା ବଢେଇ, ସଉକି ନାଏକ, ଲିଲିମା ସାହୁ, ନିରୁପମା ରାୟ, ନିଲବତି ଥପା, ଚନ୍ଦନା ଦଣ୍ଡସେନା, ମାନସୀ ମାଝୀ, ସେବକ ଅମିତ ରଣା, ବାଙ୍କା ମହାକୁର, ନକୁଳ ମୁଦୁଲି, ସେବିକା ବେଦମତି ଦନ୍ତା, ବାହନ ଚାଳକ ହେମନ୍ତ ବେହେରା, ରିଙ୍କୁ ସାହୁ ଦହି ସର୍ବତ ବଣ୍ଟନ କରି ସେବା କାର୍ଯ୍ୟକୁ ସଫଳ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ପଣ୍ଡା, କୁଳମଣି ଭୋଇ ଉପସ୍ଥିତ ଥିଲେ । ଶେଷରେ ଗଜବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ରକୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.