
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ ପଞ୍ଚାୟତ ସରପଞ୍ଚ ତୁଳାବତୀ ତାଣ୍ଡି, ସମିତି ସଭ୍ୟା ନିରୁପମା ନାଗ, ଶିଶୁ ପ୍ରକଳ୍ପ ଅଧିକାରୀ ବାସନ୍ତୀ ପୃଷ୍ଟି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକ, ପଦ୍ମପୁର ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ସମାଜସେବୀ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସମେତ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ମିଳିତ ଭାବେ ସଚେତନତା ରଥକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ଚଳିତ ଶିକ୍ଷା ବର୍ଷ ୨୦୨୫ – ୨୬ ପାଇଁ ନାମଲେଖା, ଖଡ଼ିଛୁଆଁ, ପ୍ରବେଶ ଉତ୍ସବ ପାଳନ ଓ ଅଭିଭାବକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ ନିମନ୍ତେ ସମଗ୍ର ପାଇକମାଲ ବ୍ଲକକୁ ବୁଲି ଏହି ରଥ ପରିଭ୍ରମଣ କରିଥିଲା । ବାଳ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଏହି ନାମଲେଖା କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ । ଏହି ମଭାକୁ ଲଖମରା ସିଆରସିସି ବୈଷ୍ଣବ ପଣ୍ଡା ସଭା ପରିଚାଳନା କରିଥିଲେ ।