oom

ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ ପାଳିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବିଜେଡି ନେତା କୈଳାସ ମହାନ୍ତି, ଅନୁଷ୍ଠାନର ସମ୍ପାଦକ ସୁଦାମ ବଢିଆ, ଗୌତମ ଭୋଇ, ଚିନ୍ତାମଣି ଚୌଧୁରୀ, ଯୁବନେତା ଆଶୀର୍ବାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିବଦ୍ଧତା, କର୍ତଵ୍ୟନିଷ୍ଠା ଓ ଏକତା ହିଁ ସମାଜ ତଥା ସଂସ୍କୃତିର ବିକାଶ ଦିଗରେ ସହାୟକ ହୋଇଥାଏ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଚାର ବାଦ୍ୟ ପରିବେଷଣ ହେବା ସହ କୁନି କଳାକାରଙ୍କର ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଶିବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟନାରାୟଣ ଦଣ୍ଡସେନା, ସୁଧୀର ସାହୁ, ଅମନ ପୁଟେଲ, ମନୋଜ ସାହୁ, ବଳରାମ ମଲ୍ଲିକ, ନିବାସ ପଶାୟତ, ରିଙ୍କୁ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.