jsm

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବରଗଡ ୟୁନାଇଟେଡ୍‌ ଚମ୍ପିୟାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ବରଗଡ ୟୁନାଇଟେଡ୍‌ ଏଫ୍‌ସି ୨-୧ ଗୋଲରେ ଭବାନୀପାଟଣା ଇଭିନିଂ ଏଫ୍‌ସିକୁ ହରାଇ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଯୋଗଦେଇ ବିଜେତା ବରଗଡ ଦଳକୁ ଟ୍ରଫି ସହ ୩୧ହଜାର ଟଙ୍କା ଓ ଉପ-ବିଜେତା ଭବାନୀପାଟଣା ଦଳକୁ ଟ୍ରଫି ସହ ୨୧ହଜାର ଟଙ୍କା ପ୍ରଦାନ କରିଥିଲେ । ଉଦ୍‌ଯାପନ ସମାରୋହରେ କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ, କ୍ରୀଡା ସଂସଦର ସାଧାରଣ ସଂପାଦକ ତଥା ରାଜ୍ୟ ଅଲମ୍ପିକ ଏସୋସିଏସନର ଯୁଗ୍ମ ସଂପାଦକ ହରିନାରାୟଣ ପୁଜାରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ସାମ୍ବାଦିକ ମନୋରଂଜନ ଯୋଷୀ ଓ କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଆନ୍ତର୍ଜାତୀୟ ପୂର୍ବତନ କ୍ରୀଡାବିତ୍‌ ସୁଶ୍ରୀ ଆନନ୍ଦିନୀ ଦର୍ଜୀ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦେଶ୍ୱର ମିଶ୍ର, ଜିଲ୍ଲା କ୍ରୀଡାଧିକରୀ ପରାଶର ବାଗ, ଉପ-ସଭାପତି ଶମ୍ଭୁ ନାଗ, ସଂପାଦକ ସାଗର ସଂଗମ ଶତପଥି ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ମିଶ୍ର ମଂଚାସିନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ସଂଜିବ ମହାରଣା, ଜିତେନ୍ଦ୍ର ପାତ୍ର, ସଞ୍ଜନ କୁଦେଇ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ନିରେନ୍ଦ୍ର ମହାନ୍ତି, ଶିବାନନ୍ଦ ବାଗ, ଭୁପେନ୍ଦ୍ର ସିଂ ଓ ରାଜେଶ ଭୋଇଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ବିଭୁତି ଭୂଷଣ ମିଶ୍ର, ବିରସେନ ସାହୁ, ଚିନ୍ମୟ ସାହୁ ଓ ଡୋଳାମଣି ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଷ୍ଟ ଗୋଲ କିପର ସିଦ୍ଧାନ୍ତ ପଧାନ, ବେଷ୍ଟ ଡିଫେଣ୍ଡର ବିଶାଳ ଟିଗାର, ବେଷ୍ଟ ଅଫେନ୍ସ ପପୁ ମାଝି, ବେଷ୍ଟ ରାଇଜିଂ ସୁମନ ଓରାମ, ମ୍ୟାନ ଅଫ ଦ ମ୍ୟାଚ ସଂଜିବ ଖରା ଓ ମ୍ୟାନ ଅଫ୍‌ ଦ ସିରିଜ ଦିପକ ମୁଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । କମିଟି ସଦସ୍ୟ କୈଳାସ ମହାନ୍ତି, ରାଜେନ୍ଦ୍ର ହୋତା, ସୁମନ ନନ୍ଦ, ବିଧୂଭୂଷଣ ତ୍ରିପାଠି, ଓଁକାର ନାୟକ, ଲକ୍ଷ୍ମଣ ମେହେର, ସୁଶିଲ ଚାନ୍ଦ, ଶାନ୍ତନୁ ଭୋଇ, ଗୋପାଳ ଦାନୀ, ସନ୍ତୋଷ ଦନ୍ତା, କିଶୋର କୁମ୍ଭାର, ସତ୍ୟ ନାଏକ, ଗଙ୍ଗା ନନ୍ଦ, ଲଲାଟେନ୍ଦୁ ପଟ୍ଟନାୟକ, ରମେଶ ବେହେରା, ସୁରଜ ଉପାଧ୍ୟାୟ, ଶତୃଘନ ବାଗ, ନିହାର ରଂଜନ ସ୍ୱାଇଁ, ଶିବ ବେହେରା, ସନ୍ତୋଷ ପ୍ରଧାନ ଓ ଦେବଦତ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଖେଳକୁ ୨୦ହଜାରରୁ ଉଦ୍ଦର ଦର୍ଶକ ଉପଭୋଗ କରିଥିଲେ । ପରିଶେଷରେ କମିଟିର ଉପ-ସଭାପତି ଶମ୍ଭୁ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.