jsm

ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ କାୟାକଳ୍ପରେ ପ୍ରଥମ ପୁରସ୍କାର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଲଗାତର ଦ୍ୱିତୀୟ ବର୍ଷ ପାଇଁ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ ଗୁଣାତ୍ମକ ମାନକୁ ବଜାୟ ରଖିବା ସହ ପ୍ରକୃଷ୍ଟ ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ କମ୍ୟୁନିଟି ହେଲଥ ଅଫିସର ସୈୟଦ ମୁକତାର ଅଲ୍ଲୀ ଆଗାମୀ ଦିନରେ ଆହୁରି ଭଲ ଭାବରେ ସେବା ଯୋଗାଇଦେବାକୁ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଛନ୍ତି । ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ କୁନ୍ତୀ ବିଶ୍ୱାଳ ଓ ସମସ୍ତ ଆଶାକର୍ମୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ପୁରସ୍କାର ଘୋଷଣା ହେବା ପରେ ଖୁସିର ଲହରୀ ଖେଳିଯାଇଛି ।

yuvodaya
Leave A Reply

Your email address will not be published.