ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍‌କା, ଦୁଇ ବାଇକ୍ ଆରୋହୀ ଗୁରୁତର

ତରଭା, (ଜିତେ‌ନ୍ଦ୍ର ସା) : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ବାଇକ୍‌ ଧକ୍‌କା ହୋଇଥିବା ଜଣାପଡ଼ିଛି । ତରଭା ବ୍ଳକ ଦେଉଳପଦରରେ ଗ୍ରାମ ନିକଟରେ ଥିବା ଖାରି ରାସ୍ତାରେ ଆଜି ଦୁଇ ବାଇକ୍ ଚାଳକ ମୁହାଁମୁହିଁ ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁଇ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଆହତ ହୋଇଥିବା ବେଳେ ତରଭା ଅଗ୍ନିଶମ ବିଭାଗ ଆସି ତାଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ନାଇକେନପାଲି ଠାରେ ଭର୍ତି କରିଛନ୍ତି । ଗୁରୁତର ଆହତ ଦୁଇ ଜଣ ହେଲେ ଦେଉଳପଦର ଗାଁର ଶିଙ୍କୁ କମ୍ପ ଓ ନିକଟସ୍ଥ ପୁଆ ଗ୍ରାମର ପାଣ୍ଡବ ପରଡିଆ ।

Leave A Reply

Your email address will not be published.

error: Content is protected !!