
ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ଜିଲ୍ଲା ବ୍ୟାପୀ ଶୋକସଭା ପାଳନ କରାଯାଉଥିବା ବେଳେ ଆଜି ସଂଧ୍ୟାରେ ସ୍ଥାନୀୟ ଚନ୍ଦନଭାଟି ଦୁର୍ଗାମଣ୍ଡପ ଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଚନ୍ଦନଭାଟି ସଦରବ୍ଲକ ତରଫରୁ ଯୁବ ସମାଜସେବୀ ବିରେନ୍ଦ୍ର ସାହୁଙ୍କ ନେତୃତ୍ବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସମାଜସେବୀ ଲଳିତ ନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଲଳିତ ନାୟକ ଅମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ଚନ୍ଦନଭାଟି । ପରେ ପରେ ତାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବ୍ୟକ୍ତିବିଶେଷ ସମାଜସେବୀ ଲଳିତ ନାୟକଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ଏବଂ ଭୂରି ଭୂରି ପ୍ରଶଂସା କରିଥିଲେ ।
