csstore

ଗଣେଶ ଇଂଲିଶ ମିଡ଼ିଅମ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସ୍ଥିତ ଗଣେଶ ଇଂଲିଶ ମିଡିଅମ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହ ଆୟୋଜିତ ହୋଇ ଯାଇଛି । ସି ବି ଏସ ସି ପାଠ୍ୟ ଖସଡ଼ା ଉପରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ନିଜସ୍ଵ ପରିଚୟ ରଖି ସାରିଥିବା ବେଳେ ବାର୍ଷିକ ଉତ୍ସବରେ ବିପୁଳ ସଂଖ୍ୟକ ଜନ ସାଧାରଣଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଆୟୋଜିତ ସାନ୍ଧ୍ୟ ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ବୀର କିଶୋର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଜୟପାଟଣା ବି ଡି ଓ ଧର୍ମ ରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଲଡୁ ଗାଁ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ନିହାର କାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଦ୍ୟାଳୟର ସମନ୍ୱିତ ବିକାଶ ପାଇଁ ସମସ୍ତେ ପରିପୂରକ ରହିଥିବା ଦୃଷ୍ଟାନ୍ତକୁ ଉଚ୍ଚ ପ୍ରଶଂସା କରିଥିଲେ । ବି ଇ ଓ ପ୍ରେମ ନାରାୟଣ ପଣ୍ଡା, ସମାଜ ସେବୀ ବ୍ରଜେନ୍ଦ୍ର ପଟ୍ଟ ଯୋଷୀ, ଯନ୍ତ୍ରୀ ହିରାଲାଲ ପଣ୍ଡା, ଉଦ୍ୟଗ ପତି ନଳିନୀ ପଟ୍ଟଯୋଷୀ, ସାମ୍ବାଦିକ ଶେଷ ଦେବ ବେହେରା, ଘାସି ରାମ ଅଗ୍ରୱାଲ, ବିଦ୍ୟାଳୟ ଅଧ୍ୟକ୍ଷ ଆର ପ୍ରଭୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ପରିଚାଳନା ଦୃଷ୍ଟିରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.