csstore

ଟିଟିଲାଗଡ଼ ତେରାପନ୍ଥ ପ୍ରଫେସନାଲ ଫୋରମ ପକ୍ଷରୁ ସାଇକ୍ଲୋଥନ ରେଲି ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ତେରାପନ୍ଥ ପ୍ରଫେସନାଲ ଫୋରମ ତରଫରୁ ବିଶ୍ୱବ୍ୟାପୀ ସାଇକ୍ଲୋଥନ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡରେ ବି ଏହି ସାଇକ୍ଲୋଥନ ରେଲି ତେରାପନ୍ଥ ପ୍ରଫେସନାଲ ଫୋରମର ଓଡ଼ିଶା ପ୍ରଭାରୀ ଆନନ୍ଦ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତେରାପନ୍ଥ ଭବନ ଠାରୁ ଏକ ସାଇକେଲ ରେଲି ବାହାରି ସହର ପରିକ୍ରମା କରି ପିପଲପଦର ଯାଏଁ ଯାଇ ସେଠାରୁ ପୁଣି ତେରାପନ୍ଥ ଭବନକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ରେଲିରେ ସବୁ ବର୍ଗର ପିଲା ତଥା ଯୁବକମାନେ ସାମିଲ ହୋଇଥିଲେ । ସ୍ଵଚ୍ଛ ଭାରତ ସମୃଦ୍ଧ ଭାରତ ନାରା ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ରେଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକ କେମିତି ସୁସ୍ଥ ରହିବେ, ଲୋକ ସୁସ୍ଥ ରହିଲେ ସମୃଦ୍ଧି ହେବ, ସମୃଦ୍ଧି ହେଲେ ଦେଶ ଆଗକୁ ବଢିବ ବୋଲି ଆନନ୍ଦ ଜୈନ ନିଜ ବକ୍ତବ୍ୟରେ କହିଥିଲେ । ସ୍ୱଚ୍ଛ ଭାରତର ବାର୍ତ୍ତା ଦେବାରେ ଏହି ରେଲିରେ ସିଏ ଆଶିଷ ଜୈନ, ରାକେଶ ଜୈନ, ତନୁଜ ଜୈନ, ଜୈନ ତେରାପନ୍ଥର ଟିଟିଲାଗଡ଼ ସଭା ଉପାଧ୍ୟକ୍ଷ ଭୂପେନ ଜୈନ, ପଦମ୍ ସେନ ଜୈନ, ଦେବେନ୍ଦ୍ର ଜୈନ, କେଶବ ଜୈନ, ଆଶିଷ ଅଗ୍ରୱାଲ, ରିସଭ ଜୈନ ଓ ବିଭିନ୍ନ ସ୍କୁଲର ଛାତ୍ରମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.