csstore

ବାସନ୍ତିକ ଦୁର୍ଗୋତ୍ସଵ : ମାଁ ରାମଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ପବିତ୍ର ଚୈତ୍ର ପର୍ବ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି । ଏହି ନବରାତ୍ରୀ ପୂଜାକୁ ବାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଏହି ପୂଜା ପାଳନ କରାଯାଏ । ନବରାତ୍ରୀ ପୂଜାର ପ୍ରାରମ୍ଭ ଦିଵସ ଅବସରରେ ରାଜରାଜେଶ୍ୱରୀ ମା’ ରାମଚଣ୍ଡୀଙ୍କ ସ୍ଵତନ୍ତ୍ର ଵେଶରେ ଦର୍ଶନ ମିଳିଥିଲା । ପ୍ରତ୍ୟେକ ଦିନ ଭକ୍ତମାନେ ଦୂର ଦୁରାନ୍ତରୁ ଆସି ନିଜ ମନସ୍କାମନା ପୂରଣ ପୂର୍ବକ ଏଠି ଶ୍ରୀ ଚଣ୍ଡୀପାଠ, ହବନ, ପୁଷ୍ପାର୍ଚ୍ଚନା ଆରତୀ ଆଦି ପୂଜାର୍ଚ୍ଚନା ସାଂଗକୁ ଭକ୍ତମାନେ ପ୍ରସାଦ ସେବନ କରିବା କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ବୋର୍ଡ଼ ମୁଖ୍ୟ ସୁଧାକର ପଣ୍ଡାଙ୍କ ଦ୍ୱାରା ସପ୍ତମୀ ଠାରୁ ନଵମୀ ତିଥି ଯାଏଁ ମା’ ଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥାଏ ଏବଂ ଏଥିରେ କାମାକ୍ଷୀ ପଣ୍ଡା ପ୍ରତିନିଧିତ୍ୱ କରିଥାନ୍ତି । ଏହି ପୂଜା ପୀଠ ପୁରୋହିତ ରତ୍ନପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟ ଓ ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥାଏ । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରାମକୃଷ୍ଣ ଶତପଥୀ, ପଣ୍ଡିତ ରାକେଶ କୁମାର ମିଶ୍ର, ପଣ୍ଡିତ ଆଦିତ୍ୟ ନନ୍ଦ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ଜୋତିର୍ବିଦ ଦୀପକ ଦାସ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର ଓ ପୂଜା କମିଟିର ସମସ୍ତ ସଦଶ୍ୟ, ମନ୍ଦିର କମିଟୀ ମ୍ୟାନେଜର ସନ୍ତୋଷ ପଣ୍ଡା, ଯୋଗେନ୍ଦ୍ର ପଣ୍ଡା ଓ ରାମବାବୁ ପ୍ରମୁଖ ସହଯୋଗ କରିଥାନ୍ତି ।

jayashree
Leave A Reply

Your email address will not be published.